ଚମାଖଣ୍ଡି ପୋଲିସର ତତକ୍ଷଣାତ ସହାୟତା ଯୋଗୁଁ ବଞ୍ଚିଯାଇପାରେ ଦୁର୍ଘଟଣାଗ୍ରସ୍ତ ପିଲାଟି ..

ଛତ୍ରପୁର (ନିମାଇଁ ଚରଣ ପଣ୍ଡା )ଚମାଖଣ୍ଡି ଥାନା ଅନ୍ତର୍ଗତ କାଳୀଆ ବାଲି ଛକରେ ରାସ୍ତା କଡ଼ରେ ଥିବା ଏକ ରେସଟୁରେଣ୍ଟ ବୋର୍ଡକୁ ଜଗନ୍ନାଥ ପୁରରୁ ଛତ୍ରପୁର ଅଭିମୁଖେ ସ୍କୁଟିରେ ଏକ ପିଲାକୁ ବସାଇ  ଆସୁଥିବା  ଏକ ଯୁବକ ଧକ୍କାଦେବା ଫଳରେ ମାରାଣାତ୍ମକ ଦୁର୍ଘଟଣା ଗ୍ରସ୍ତ ହେଲା । ସ୍କୁତିଟି ଗୋଟିଏ ପଟେ ଛିଟିକି ପଡିଥିବା ବେଳେ ପିଲାଟି   ଅଚେତ  ଅବସ୍ଥାରେ  କିଛି ଦୂରରେ ଛିଟିକି ହୋଇ ପଡିଛି । ମୁଣ୍ଡକୁ ଜୋରରେ ଆଘାତ ବାଜି ରକ୍ତ ଶ୍ରାବ ହେଉଛି । ତାର  ନାମ କ୍ରିଷ୍ଣା ବୋଲି ଜଣାପଡିଛି । ତେବେ  କିଛି ଦର୍ଶନାହାରୀ ପୋଲିସକୁ ଖବର ଦେବାରୁ ଚମାଖଣ୍ଡି ଥାନା ପୋଲିସ ଏଏସ ଆଇ ଶଙ୍କର ରାଓ ସଙ୍ଗେ ସଙ୍ଗେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ପିଲାକୁ ଛତ୍ରପୁର ହସପିଟାଲକୁ ନେଇଯାଇଥିଲେ । ସେଠାରେ ସେ ଚିକିତ୍ସତ ହେଉଥିବାବେଳେ ପୋଲିସରଏଭଳି ତତକ୍ଷଣାତ ସହାୟତା ଦେଖି ଲୋକେ ପ୍ରସଶଂସା କଲେ ।