
ସୋରଡା : ୨୦୧୩ ମସିହା ୟୁପିଏ ସରକାର ସମୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରାଯାଇଥିଲା। ସେ ସମୟରେ କେନ୍ଦ୍ର ସରକାର ଚାଉଳ ଓ ଗହମ ସଂଗ୍ରହ କରି ରାଜ୍ୟ ଗୁଡ଼ିକୁ ମାତ୍ର ୩ ଟଙ୍କା ଦରରେ ଯୋଗାଉଥିଲେ । ଏ ବାବଦରେ କେନ୍ଦ୍ର କେନ୍ଦ୍ର ସରକାରଙ୍କୁ ୨୮ ରୁ ୩୦ ଟଙ୍କା ବହନ କରିବାକୁ ପଡ଼ୁଥିଲା। ରାଜ୍ୟରେ ଚାଉଳ ,ଗହମ ପହଞ୍ଚିବା ପରେ ରାଜ୍ୟ ସରକାର ତାହା ଉପରେ ୨ ଟଙ୍କା ସବସିଡି ଦେଇ ଲୋକପ୍ରିୟ ଟଙ୍କିକିଆ ଚାଉଳ ଯୋଗାଇଲେ । ସମାନ ଦରରେ ଗହମ ମିଳୁଥିଲେ ମଧ୍ୟ ଓଡ଼ିଶା ପାଇଁ ଗହମ ବନ୍ଦ କରି ତା ବଦଳରେ କେବଳ ଚାଉଳ ଦେବା ପାଇଁ କୁହାଯାଇଥିଲା। ଯାହାଫଳରେ ଏବେ କେବଳ ଚାଉଳ ହିଁ ମିଳୁଛି । ଇତି ମଧ୍ୟରେ ସାରା ଦେଶରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ମୁଣ୍ଡ ପିଛା ୫ କିଲୋ କରି ପ୍ରାୟ ୮୧ କୋଟି ୩୫ ଲକ୍ଷ ଲୋକଙ୍କୁ ଆଗାମୀ ୫ ବର୍ଷ ପାଇଁ ମାଗଣା ଚାଉଳ ଦେବେ , ଏ ବାବଦରେ କେନ୍ଦ୍ର ସରକାର ୧୧ ଲକ୍ଷ ୮୦ ହଜାର କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚ କରିବେ ।ଓଡ଼ିଶା ର ପ୍ରାୟ ୩ କୋଟି ୮୭ ଲକ୍ଷ ଲୋକଙ୍କୁ ଚାଉଳ ପ୍ରଦାନ କରାଯିବ । ଏବେ କେନ୍ଦ୍ର ଦ୍ଵାରା ଦିଆଯାଉଥିବା ଚାଉଳ ନେବା ପାଇଁ ରାଜ୍ୟ ସରକାର “ଆମ ଓଡ଼ିଶା ନବୀନ ଓଡ଼ିଶା “ଏବଂ ୫ଟି ଲେଖା ଥିବା ବେଗ ରାଜ୍ୟସାରା ଦେବାରେ ଲାଗିଛନ୍ତି ଏବଂ ଏହି ବେଗ ରେ ରାସନ୍ ଆସିକି ନେବା ପାଇଁ କୁହାଯାଉଛି। ସୋରଡା ବ୍ଲକ ରେ ୨୬ ଟି ପଞ୍ଚାୟତ ରହିଥିବା ବେଳେ ପ୍ରାୟ ପଞ୍ଚାୟତ ରେ ଏବେ ଏହି ବେଗ ଦିଆ ଚାଲିଛି । ଯାହାକୁ ନେଇ ରାଜନୈତିକ ପାଣି ପାଗ ଉଷ୍ମ ହେବାରେ ଲାଗିଛି । ଲୋକ ବି ବିତୃଷ୍ଣା ହୋଇଗଲେଣି ଏହି ଚାଉଳ ଓ ବେଗ ରାଜନୀତି ପାଇଁ । କେନ୍ଦ୍ର ଚାଉଳ ଦେଉଛି ଆଉ ତମେ ଆମ କୁ ବେଗ କାହିଁକି ଦେଉଛ ! ବୋଲି ଲୋକେ ଯୁକ୍ତି କରିବାରେ ଲାଗିଲାଣି।କେନ୍ଦ୍ର ସରକାର ଙ୍କ ଏହି ମାଗଣା ଚାଉଳ ବଣ୍ଟନ ରେ ବେଗ ରାଜନୀତି ବିବାଦ ସୃଷ୍ଟି କରୁଥିବାରୁ ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଜେପି ସହପ୍ରଭାରୀ ରଜନୀକାନ୍ତ ମହାପାତ୍ର ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଗୃହମନ୍ତ୍ରୀ ଅମିତ୍ ଶାହା ଏବଂ ସଂଗଠନ ସଭାପତି ଜେ.ପି. ନଡ୍ଡା ଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି .। କେନ୍ଦ୍ର ସରକାର ଏଥିପ୍ରତି ପଦକ୍ଷେପ ନେବା ସହ ରାଜ୍ୟ ସରକାର ଯେଉଁ ଭଳି ଭାବେ କେନ୍ଦ୍ରୀୟ ଯୋଜନା ରୁ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି ସେଥିପ୍ରତି ପଦକ୍ଷେପ ନେବାର ଆବଶ୍ୟକତା ରହିଛି। କେନ୍ଦ୍ରୀୟ ଯୋଜନା ରେ କେନ୍ଦ୍ର ସରକାର ଙ୍କ ଲୋଗୋ ଲଗାଇ ଲୋକଙ୍କ ପାଖକୁ ପହଞ୍ଚିଲେ ଲୋକେ ସଚେତନ ହୋଇପାରିବେ ବୋଲି ଚିଠି ଲେଖି ପ୍ରଧାନ ମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ସହ ପ୍ରଭାରୀ ତଥା ସୋରଡା ଏନ୍ ଏ ସି ର ୦୮ ନମ୍ବର ୱାର୍ଡ କାଉନସିଲର ରଜନୀ ମହାପାତ୍ର।