
ଶେରଗଡ଼ (ସମୃଦ୍ଧ ଓଡିଶା) ଶେରଗଡ଼ ବ୍ଲକ ପିତ୍ତଳ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ୱ ପରିବେଶ ଦିବସ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଆସିକା ବନଖଣ୍ଡ ପକ୍ଷରୁ ଲୋକମାନଙ୍କୁ ଚାରା ରୋପଣ ଓ ପରିବେଶ ସଫା ରଖିବା, ଗଛ କାଟିବା ବନ୍ଦ କରିବା, ପାଖ ଜଙ୍ଗଲର ସୁରକ୍ଷା ନେଇ ସଚେତନ କରାଯାଇଥିଲା । ଶେରଗଡ଼ ଫରେଷ୍ଟର ଶୁଭଶ୍ରୀ ଶତପଥୀଙ୍କ ସଂଯୋଜନାରେ ଶେରଗଡ଼ ବିଡ଼ିଓ ସୁରଞ୍ଜନ କୁମାର ସାହୁ, ଜିଲାପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର, ବ୍ଲକ ବିଜେଡ଼ି ସଭାପତି ଶରତ ଚନ୍ଦ୍ର ପାତ୍ର, ପୂର୍ବତନ ବ୍ଲକ ଅଧକ୍ଷ ବାବୁଲା କୁମାର ଚୌଧୁରୀ, ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ସରପଞ୍ଚ ରଙ୍ଗବତୀ ବେହେରାଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ । ସେହିପରି ଢ଼ିଙ୍କିସାଳ ଉଚ୍ଚ ବିଦ୍ୟାଳୟ ପରିସରରେ ଭଞ୍ଜନଗର ଉପଜଲାପାଳ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ଡ଼.ଦୟାସିନ୍ଧୁ ପରିଡା ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରିଥିଲେ ।
ରିପୋର୍ଟ : ବିପ୍ଳବ ସେଠୀ