

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଦିଲ୍ଲୀ ସ୍ଥିତ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଚାରିଟି ଫୋର ଗୂଡ଼ନେସ ପକ୍ଷରୁ ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ ନିକଟରେ ଶହେଟି କୋଭିଡ-୧୯ ହୋମ ଆଇସୋଲେସନ କିଟ ପ୍ରଦାନ କରାଯାଇଥିବା ଜଣାପଡିଛି l କରୋନା ପଜିଟିଭ ହୋଇ ଘରେ ଚିକିତ୍ସା ପାଉଥିବା ଗରିବ ଜନସାଧାରଣଙ୍କ ନିମନ୍ତେ ଏହି ମେଡିକାଲ କିଟ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରଦାନ କରାଯିବ l ଆଗାମୀ ଦିନରେ ଏହି ଅନୁଷ୍ଠାନ ତରଫରୁ ଗଞ୍ଜାମ ଜିଲ୍ଲାର ଅଂନୁନ୍ନତ ଗ୍ରାମ ଏବଂ ଗରିବ ଶ୍ରେଣୀର ବିକାଶ ନିମନ୍ତେ ଅନେକ ଗଠନ ମୂଳକ କାର୍ଯ୍ୟ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଓ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଗେଇ ଆସିବ ବୋଲି ଅନୁଷ୍ଠାନର ନିର୍ଦେଶକ ଦେବଦତ୍ତ ବକ୍ସି ମତ ବ୍ୟକ୍ତ କରିଛନ୍ତି l ଏ ସବୁ ବିଷୟ ନେଇ ଅନୁଷ୍ଠାନର ପ୍ରତିନିଧି ଭାବେ ସମାଜସେବୀ ଲେନା ଚାନ୍ଦ ଓ ରାମକୃଷ୍ଣ ମହାରଣା ପ୍ରକଳ୍ପ ନିର୍ଦେଶକଙ୍କ ସହ ଆଲୋଚନା କରି ମତ ରଖିଥିଲେ l ପ୍ରକାଶ ଥାଉକି ନିକଟରେ କନ୍ଧମାଳ ଜିଲ୍ଲା ଓ ଗଜପତି ଜିଲ୍ଲା ପ୍ରଶାସନ ନିକଟରେ ମଧ୍ୟ ଅନୁଷ୍ଠାନ ତରଫରୁ ମେଡିକାଲ କିଟ ପ୍ରଦାନ କରାଯାଇଛି l