

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଭୂତାଣୁ ସଂକ୍ରମଣ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବାରୁ ଏହାକୁ ପ୍ରତିହତ କାଟିବା ପାଇଁ ଲକ୍ ଡାଉନ୍ ଜାରୀ କରାଯାଇଛି । ଲକଡାଉନ ଯୋଗୁଁ କଳକାରଖାନା ବନ୍ଦ ହୋଇ ଯାଇଥିବାରୁ ଦାଦନ ଶ୍ରମିକମାନେ କାମ ଧନ୍ଦା ନ ପାଇ ରୋଜଗାର ହରାଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଥିବା ଶ୍ରମିକମାନେ ଏବେ ଭୋକ ଉପବାସରେ ଦିନ କାଟିବା ସହିତ ଅର୍ଥ ଅଭାବରୁ ବସ୍ ଓ ଟ୍ରେନ୍ ରେ ଯିବା ପାଇଁ ଟଙ୍କା ଯୋଗାଡ଼ କରି ପାରୁ ନ ଥିବାରୁ ବହୁ ଶ୍ରମିକ ମାନେ ବର୍ତ୍ତମାନ ଚାଲି ଚାଲି ଘରକୁ ଫେରୁଛନ୍ତି । କିଛି ଶ୍ରମିକ ଚାଲିଚାଲି ଘରକୁ ଫେରୁଥିବା ବେଳେ ଅଧବାଟରେ ମୃତ୍ୟୁ ବରଣ କରୁଥିବା ମଧ୍ୟ ଜଣାପଡିଛି । ଆଜି କିଛି ଶ୍ରମିକ ରାସ୍ତାରେ ଚାଲି ଚାଲି ଘରକୁ ଫେରୁଥିବା ବେଳେ ହିଞ୍ଜିଳିକାଟୁ ଓ ପାଟପୁର ଥାନା ପୋଲିସ ଉଦ୍ଧାର କରିଥିବା ଜଣାପଡିଛି । ସୂଚନା ଯେ ବିଶାଖାପାଟଣାର ୮ଜଣ, ଚେନ୍ନାଇ ଅଞ୍ଚଳର ୫ଜଣ ଶ୍ରମିକ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ପୋଲିସ ପକ୍ଷରୁ ଅଟକା ଯାଇ ସେମାନଙ୍କୁ କିଛି ଖାଦ୍ୟ ଓ ପାଣି ଦିଆଯିବା ସହ ଗାଡ଼ି କରି ନିଜ ନିଜ ଘରକୁ ପଠାଇ ଦିଆଯାଇଛି ।
ରିପୋର୍ଟ ; ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

