



ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ନେତୃତ୍ୱରେ ଚାଷିଙ୍କ ଧାନ କ୍ରୟ ଓ ଆଞ୍ଚଳିକ ପରିବହନ ବିଭାଗୀୟ ଅଧିକାରୀଙ୍କ ନିର୍ଦୟ ଭାବେ ଫାଇନ ଆଦାୟ ବୃଦ୍ଧୀକୁ ନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରଉ ବିକ୍ଷୋଭ ପ୍ରର୍ଦଶିତ ହୋଇଯାଇଛି । ସ୍ଥାନୀୟ ବସଷ୍ଟାଣ୍ଡ ନିକଟରୁ ବହୁ ସଂଖ୍ୟାରେ ବିଜେପି କର୍ମୀ ଓ ଚାଷିମାନେ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଘେରାଉ କରିଥିଲେ । ଶୋଭାଯାତ୍ରାରେ ବିଜେପି ଦଳ ଶଗଡ ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା। ଶୋଭାଯାତ୍ରାରେ ଆସିଥିବା କିଛି ଚାଷି ନିଜ ସହ ଆଣିଥିବା ପୋକମରା ଔଷଧ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ହସ୍ତକ୍ଷେପ କରି ସେଗୁଡିକୁ ଛଡାଇ ନେଇ ଆତ୍ମହତ୍ୟା ଉଦ୍ୟମ ବନ୍ଦ କରିଥିଲେ । ଜିଲ୍ଲାପାଳଙ୍କୁ ପୂର୍ବରୁ ୧୦ଦିନ ମହୁଲତ ଦେବା ପରେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ନ ହେବାରୁ ଏବଂ ଘେରାଉ ସ୍ଥଳକୁ ନ ଆସିବାରୁ ଜିଲ୍ଲାପାଳ କାର୍ୟ୍ୟାଳୟର ସମସ୍ତ ଫାଟକ ବନ୍ଦ ଥିବାରୁ ଠେଲିପେଲି କିଏ କିଏ ଫାଟକ ଉପରପଟୁ ଲମ୍ପ ଦେଇ ଧସେଇ ପସିଥିଲେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ । ଅନେକ ସମୟ ଧରି ପୋଲିସ ଓ ବିଜେପି କର୍ମିଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଜାରୀ ରହିଥିଲା । ପରେ ଅତିରିକ୍ତ ଜିଲ୍ଲାପାଳ ଆସି ବୁଝାସୁଝା କରିଥିଲେ । ତଥାପି ଚାଷିଙ୍କ ସମସ୍ତ ଧାନ ଟୋକେନ ଥାଉ କି ନ ଥାଉ ଜିଲ୍ଲାପ୍ରଶାସନ କ୍ରୟ କରିବା ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ମାର୍ଚ୍ଚ ୧ତାରିଖି ଯାଏଁ ଦିଆଯାଇଥିବା ଯାନଗୁଡିକର ସମସ୍ତ ଦସ୍ତାବେଜ ସଠିକ ମହୁଲତ ମାନିବା ଓ ନିରୀହ ଜନତାଙ୍କୁ ହଜାର ହଜାର ଜୋରୀମାନା ନ ପକାଇବାକୁ ଦାବୀ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ । ନଚେତ ଆଗାମୀ ଦିନରେ ଏହାଠାରୁ ଅଧିକ ହିସାଂତ୍ମକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି। ଗଜପତି ଜିଲ୍ଲାପାଳ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ବିଦାୟ ନ କରି ନିଜ ଛତ୍ରଛାୟା ତଳେ ରଖି ଥିବାରୁ ବିଭିନ୍ନ ଦୁର୍ନିତୀରେ ଜିଲ୍ଲାପାଳଙ୍କ ମଧ୍ୟ ଅଂଶ ରହିଛି ବୋଲି ଅଭିଯୋଗ କରିଥିଲେ ।
ରିପୋର୍ଟ : କୃଷ୍ଣ କୁମାର ବେହେରା