

ଛତ୍ରପୁର (ସମୃଦ୍ଧ ଓଡିଶା) କାଳିଆ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ଦେବେ ବୋଲି ପ୍ରତିଶ୍ରୁତି ଦେଇ ୭୦ ଲକ୍ଷ ଚାଷୀଙ୍କୁ ଠକେଇ ଏବଂ ସେମାନଙ୍କ ସହ ବିଶ୍ଵାସଘାତକତା କରିଥିବାରୁ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ବ୍ୟାପି ଡ଼ାକରାରେ ଗଞ୍ଜାମ ଜିଲ୍ଲା ସଂଗଠନ ପକ୍ଷରୁ ସ୍ଥାନୀୟ ଅପର ବସଷ୍ଟାଣ୍ଡ ଠାରୁ ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ ନେତୃତ୍ୱରେ ଜିଲ୍ଲାର ଶହ ଶହ ଚାଷୀ ମାନେ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ସହର ପରିକ୍ରମା କରି ଏସପିଙ୍କ କାର୍ଯ୍ୟାଳୟ ଆଗରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗର୍ଜି ଥିଲେ । ମୁଖ୍ୟମନ୍ତ୍ରୀଙ୍କ ନାମରେ ୪୧୫/୪୨୦/୪୦୯/୪୦୬ ଦଫାରେ ମକଦ୍ଦମା ରୁଜୁ କରିବା ପାଇଁ ଗଞ୍ଜାମ ଏସପିଙ୍କ ଉଦ୍ଦେଶ୍ୟରେ ଡ଼ିଏସପି ହେଡକ୍ୱାଟର ଉତ୍କଳ କେଶରୀ ଦାଶଙ୍କୁ ଏତଲା ପତ୍ର ପ୍ରଦାନ କରିଥିଲେ । ଗଞ୍ଜାମ ଜିଲ୍ଲାରେ ତୁରନ୍ତ ଧାନ ମଣ୍ଡି ଖୋଲିବାକୁ ଦାବୀ ହୋଇଛି । ଏହାସହ ଗଞ୍ଜାମ ଜିଲ୍ଲାରେ ଏପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲା ଯାଇନାହିଁ ଏବଂ ମାଙ୍କଡ଼ ବାରହା ଉପଦ୍ରବରେ ନଷ୍ଟ ହୋଇଥିବା ଚାଷୀ ମାନଙ୍କର ଚାଷ ଜମିର ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ନିମନ୍ତେ ଦାବୀ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଉପଦେଷ୍ଠା ରମେଶ କର, ରଙ୍ଗେଇଲୁଣ୍ଡା ସଂଯୋଜକ ସୁଦର୍ଶନ ପାତ୍ର, ଖଲ୍ଲିକୋଟ ସଂଯୋଜକ ସୁବାଷ ସାହୁ, ରଙ୍କନାଥ ପାତ୍ର, ପଙ୍କଜିନ ନାହାକ, କୁମୁଦ ସାହୁ, ଛତ୍ରପୁରର ଇଜୁ ଆମିନ ଖାଁଙ୍କ ସମେତ ଜିଲ୍ଲାର ସଂଗଠନର ମହିଳା ଓ ପୁରୁଷ ସଭ୍ୟମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

