ଚାଷୀ କୂଳର ଦୁଃଖ ବଢିଲା : ବିଲରେ ହଜାର ହଜାର ଏକର ଜମିରେ ଧାନ ହେଲା ଗଜା…

ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଦେଶରେ ହୃଦ୍କମ୍ପ ସୃଷ୍ଟି କରିଥିବା ଫଣିର ବିଲୟ ଘଟିଛି । କିନ୍ତୁ ସେ ଦେଇଯାଇଥିବା ସ୍ମୃତିଯୋଗୁଁ ଏବେବି ଲକ୍ଷ ଲକ୍ଷ ଚାଷୀ ପରିବାର କାନ୍ଦୁଛନ୍ତି । ସେମାନଙ୍କ କ୍ଷତି ମୂଲଦେବା କଷ୍ଟକର । ସମସ୍ତ କ୍ଷତିପରେ ମଧ୍ୟ ଏବେ ଆଉଏକ କ୍ଷତି ଦେଖାଦେଇଛି ବିଲରେ ଥିବା ହଜାର ହଜାର ଏକର ଧାନଗଛରୁ ଧାନ ଗୁଡିକ ଗଜେଇଲାଣି । ଯାହାକୁ ବିକ୍ରି କରିବା ଅସମ୍ଭବ । ଗତ ୩ ତାରିଖର ବିଭିଷିକା ଲୋକଙ୍କ ମନରୁ ଆସ୍ତେ ଆସ୍ତେ ଘୁଞ୍ଚିଯିବାକୁ ଲାଗିଲାଣି । କିନ୍ତୁ ଜଳେଶ୍ୱର ଅଂଚଳରେ ଏହାର ପ୍ରଭାବ ଅନ୍ୟ ପ୍ରପିଡିତ ଅଂଚଳ ଭଳି ହୋଇନଥିଲେ ମଧ୍ୟ ବ୍ଲକ ଅଂଚଳରେ ହୋଇଥିବା ୪୭୫୦ ହେକ୍ଟର ରବିଧାନ ଚାଷର ବ୍ୟାପକ କ୍ଷତି ଘଟି ଆସୁଛି । ଫଣି ପରେ ଏବେ ଜଳେଶ୍ୱର ଅଂଚଳରେ ୨ଦିନ ଧରି କାବୈଶାଖୀର ତାଣ୍ଡବରେ ବ୍ୟାପକ ଘରଦ୍ୱାର, ଗଛଲତା ନଷ୍ଟ ହୋଇଥିବା ବେଳେ ଚାଷୀମାନଙ୍କ ମେରୁଦଣ୍ଡ ଭାଂଗି ଦେଇଛି । ମାଈ ଅଣ୍ଡିରା ଧାନଚାଷ କରି ଜଳେଶ୍ୱରର ପ୍ରାୟ ୧ହଜାର ଚାଷୀ ମଇଧାରନ କ୍ୟୁଣ୍ଟାଲ ୭୫୦୦ଟଙ୍କାରେ ବିକ୍ରିକରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏବେ ତାହା ଫସର ଫାଟିବାକୁ ଯାଉଛି । ଏକ ର୍ସର୍ବେକ୍ଷଣ ଅନୁଯାୟୀ ଅଦ୍ୟାବଧି ଜଳେଶ୍ୱର ଅଂଚଳରେ ୫୦ଭାଗରୁ ଅଧିକ ଧାନ ଚାଷୀମାନେ କାଟି ପରିନାହାନ୍ତି । ଜମିରେ ବର୍ଷାପଣି ଛିଡା ହୋଇଥିବା ବେଳେ କେବେ ବର୍ଷ ତ କେବେ ଝଢ ଦେଖିବାକୁ ମିଳୁଛି । କିନ୍ତୁ ଏବେ ଜମିରେ ଶୋଇ ରହିଥିବା ଧାନ ଗଛରେ ଧାନ ବଡ ବଡ ଗଜା ହେଲାଣି । ଏଭଳି ଧାନରୁ ଆଉ ଚାଉଳ ବାହାରିବା ଅସମ୍ଭବ । ଏହା କେବଳ ଗୋଖାଦ୍ୟରେ ପରିଣତ ହୋଇପାରେ ବୋଲି ବହୁ ବଡବଡ ଓ ଅଭିଜ୍ଞ ଚାଷୀ ପ୍ରକାଶ କରିଛନ୍ତି । ଚାଷୀମାନେ ଧାନ ନ କାଟିବାର ଅନ୍ୟଏକ ଭୟ, ଧାନ ବିକ୍ରି କରିବା ବ୍ୟବସ୍ଥା ନାହିଁ । ପଶ୍ଚିମ ବଂଗର ଦଲାଲମାନେ ଧାନ କ୍ୟୁଣ୍ଟାଲକୁ ୧ହଜାର ଟଙ୍କାରେ କିଣୁଥିବା ବେଳେ ଚାଷୀ ଆଶା କରୁଥିବା ୧୭୫୦ଟଙ୍କା ପାଣି ଫୋଟକାରେ କରିଣତ ହୋଇଛି । ତଥାପି ଚାଷୀର ଧୈର୍ଯ୍ୟ ଯୋଗୁଁ ଗଜା ହୋଇଥିବା ଧାନ ଅମଳ କରିବାରେ ସେ ବ୍ୟସ୍ତ । ଆଜି ସକାଳେ ଜଳେଶ୍ୱର ବ୍ଲକର ଆତ୍ମାର ସଦସ୍ୟ ଅଶ୍ୱିନୀ କୁମାର ନାଥ ଧାନ ବିଲରେ ଏପରି ଘଟଣା ଦେଖି କୃଷି ଜିଲା ଅଧିକାରୀ, କୃଷି ଡିରେକ୍ଟର ଓ କୃଷୀ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆଗାମୀ ଦିନରେ ଏପରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଅନ୍ୟ ମଂଜି ଓ ବିହନ ଯୋଗାଇ ଅନ୍ୟ କୌଣସି ଚାଷ କରାଇବା ଲାଗି ସଚେତନତା ସୃଷ୍ଟି କରିବା କୃଷିବିଭାଗର ପ୍ରଥମ କାର୍ଯ୍ୟ ହେବା ବୋଲି ସେ କହିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା