ଚାଷୀ ମୃତ୍ୟୁ ଓ ଜନଜାଗରଣ ଯାତ୍ରାକୁ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ଶାଳିକୋଠା ଗ୍ରାମର ଚାଷୀ ମୃତ୍ୟୁକୁ ନେଇ ଆଜି କଂଗ୍ରେସର ଉଚ୍ଚ ସ୍ତରୀୟ ଦଳ ସ୍ୱର୍ଗତ ଲକ୍ଷ୍ମୀନାରାୟଣ ଜେନାଙ୍କ ବାସଭବନକୁ ଗସ୍ତ କରିଥିଲେ । ୧ଲକ୍ଷ ଋଣ କରି ୪ଏକର ଖରିଫ ଧାନଚାଷ କରିଥିବା ବେଳେ ଚକଡ ପୋକରେ ତାହା ଉଜୁଡିଯିବା ଭୟରେ ବିଲମୁଣ୍ଡରେ ବିଷ ପିଇ ଆତ୍ମହତ୍ୟା କରିଥିଲା । ଏଭଳି ଘଟଣାରେ କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସଙ୍କ ନେତୃତ୍ୱରେ ରାଜ୍ୟ କିଷାନ କଂଗ୍ରେସ ସଭାପତି ଯଶୋଦା ନନ୍ଦନ ସିଂ, ଜିଲା କିଷାନ କଂଗ୍ରେସ ସଭାପତି ନିରଂଜନ ବେହେରା, ବ୍ଲକ କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ଜିଲା ସାଧାରଣ ସଂପାଦକ ହେମନ୍ତ ଗିରିଙ୍କ ସହିତ ବହୁ କଂଗ୍ରେସ ନେତା ତାଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ମୃତ ଚାଷୀର ପରିବାରକୁ ୨୦ଲକ୍ଷଟଙ୍କର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି । ସୁବର୍ଣ୍ଣରେଖା ସଂସ୍କାର ଯୋଜନା, ବିଭିନ୍ନ ପଂଚାୟତର ଦୁର୍ନିତୀ, ଭୂମିହୀନଙ୍କୁ ପଟ୍ଟା ବଣ୍ଟନ, ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ, ଅଭାବି ଧାନବିକ୍ରି ଓ ଜଳେଶ୍ୱରର ବିଭିନ୍ନ ବିକାଶ ସଂପର୍କରେ ନଭେମ୍ବର ୧୪ରୁ ଆରମ୍ଭ ହୋଇଥିବା ଜନଜାଗରଣ ଅଭିଯାନର ଅଂଶ ବିଶେଷ ଆସନ୍ତା ୨୦ ତାରିଖରେ ଏକ ବିଶାଳ ପଦଯାତ୍ରା ଓ ସାଧାରଣ ସଭା ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥିଲା । ଏହି ଦିନ ସକାଳ ୧୦ଟା ସମୟରେ ଜଳେଶ୍ୱର ଟାଉନ୍‌ହଲ ପଡିଆରେ ଏକ ବିଶାଳ ସାଧାରଣ ସଭାରେ ରାଜ୍ୟ ପ୍ରଭାରୀ ଚେଲା କୁମାର ଓ ନବଜ୍ୟୋତି ପଟ୍ଟନାୟକ ଗସ୍ତ ସଂପର୍କରେ କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଓ କଂଗ୍ରେସ ଜିଲା ସଭାପତି ସଂଜିବ ଗିରି ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ବ୍ଲକ ସଭାପତି ରାଜୀବ ପରିଡା, ଟାଉନ୍ ସଭାପତି ଗିରିଜା ଶଂକର ଦାସ, ଜିଲା ସାଧାରଣ ସଂପାଦକ ସୁଧାଂଶୁ ଜେନା, ବିସିସି ଜିଲା ସଂପାଦକ ସବ୍ୟସାଚୀ ଦାସ ଓ ବରିଷ୍ଟ କଂଗ୍ରେସ ନେତା ସତ୍ୟସୁନ୍ଦର ଦାସ, ତ୍ରିଲୋଚନ ଦାସ ଅଧିକାରୀ, ଜଗଦୀଶ ନନ୍ଦି ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା