ଚିକତ୍ସାଧିନ ଅବସ୍ଥାରେ କରୋନା ରୋଗୀଙ୍କ ଆତ୍ମହତ୍ୟା…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା କୋଭିଡ ହସ୍ପିଟାଲରେ ହାତକାଟି କୋଭିଡ ରୋଗୀର ଆତ୍ମହତ୍ୟା । ଆତ୍ମହତ୍ୟା କରିଥିବା ରୋଗୀ ହେଉଛ ୩୫ ବର୍ଷିୟ ଅଭିମନ୍ୟୁ କୁରୁଡିଆ । ତାର ଘର କଲ୍ୟାଣସିଂପୁର ବ୍ଲକ୍ କରଞ୍ଜା ଗ୍ରାମରେ । ଗତ ଶୁକ୍ରବାର ଦିନ ଅଭିମନ୍ୟୁ କରୋନା ଆକ୍ରାନ୍ତ ହୋଇ ଜେକେପୁର ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା । ସେ ସୁସ୍ଥ ହୋଇ ଆସୁଥିବା ବେଳେ ସବୁଦିନ ଭଳି ଗତକାଲି ରାତିରେ ମଧ୍ୟ ପରିବାର ସହ କଥାବାର୍ତ୍ତା ହୋଇଥିଲା । ତେବେ ଆଜି ସକାଳେ ପରିବାର ବର୍ଗ ଅଭିମନ୍ୟୁର ମୃତ୍ୟୁ ଘଟିଥିବା ଖବର ପାଇଥିଲେ । ହସ୍ପିଟାଲ ଆସି ବୁଝିଲା ବେଳକୁ ଅଭିମନ୍ୟୁ ଏକ ଧାରୁଆ ଅସ୍ତ୍ରରେ ନିଜ ହାତର ଶିରାପ୍ରଶିରା କାଟି ଆତ୍ମହତ୍ୟା କରିଥିବା ଜାଣିବାକୁ ପାଇଥିଲେ । ଅଭିମନ୍ୟୁର ଆତ୍ମହତ୍ୟା ଖବର ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ପରିବାର । ଅଭିମନ୍ୟୁ ସୁସ୍ଥ ମସ୍ତିସ୍କ ଥିବାବେଳେ କାହିଁକି ନିଜ ହାତକାଟି ଆତ୍ମହତ୍ୟା କଲା ଏହାର ସଠିକ୍ ତଦନ୍ତ କରାଯାଉ ବୋଲି ଦାବୀ କରିଛନ୍ତି ପରିବାର ବର୍ଗ ଅନ୍ୟପଟେ ଅଭିମନ୍ୟୁର ମୃତ୍ୟୁକୁ ନେଇ ଚାନ୍ଦିଲି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ତେବେ ଆତ୍ମହତ୍ୟା ନେଇ କୋଭିଡ୍ ହସ୍ପିଟାଲ କିମ୍ବା ଚାନ୍ଦିଲୀ ପୋଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।