ଚିକିଟି ତହସିଲ ଅଞ୍ଚଳରେ ଉପଜିଲ୍ଲାପାଳ ବାହୁଦା ନଦୀର ବିଭିନ୍ନ ଅଞ୍ଚଳରେ ଚଢ଼ାଉ:ବାଲି ସହ ଗାଡି ଜବତ…

ଚିକିଟି (ସମୃଦ୍ଧ ଓଡିଶା) ଚିକିଟି ତହସିଲ ଇଲାକାରେ ନିୟମିତ ଭାବେ ଚୋରା ବାଲି ଚାଲାଣ କାର୍ଯ୍ୟ ଚାଲିଥିଲା । ଏହି ଚୋରା ବାଲି ଚାଲାଣ କରି ଆନ୍ଧ୍ରକୁ ପଠାଯାଉଥିବା ଖବର ଜଣାପଡ଼ିଥିବା ବେଳେ ଗତକାଲି ଅନେକ ଜାଗାରେ ଉପଜିଲ୍ଲାପାଳ ଘନ ଘନ ଚଢ଼ାଉ କରି ବାଲି ସହ ଗାଡି ଜବତ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଚିକିଟି ତହସିଲ ଅଞ୍ଚଳରେ ଉପଜିଲ୍ଲାପାଳ ବାହୁଦା ନଦୀର ବିଭିନ୍ନ ଅଞ୍ଚଳରେ ଚଢ଼ାଉ ଜାରି ରଖିଥିଲେ । ସେହି ସମୟରେ ୪ଟି ବାଲି ବୋଝେଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଓ ଗୋଟିଏ ପ୍ରକ୍ଲେମେ ଘଟଣା ସ୍ଥଳରୁ ଜବତ କରି ଧାନ ଘର ଫାଣ୍ଡି ଓ ନୂଆଗାଁ ଥାନା ଜିମା ଦେଇଥିଲେ । ଦିନକୁ ଦିନ ଚିକିଟି ଇଲାକାରେ ପ୍ରାକୃତିକ ସମ୍ପଦ ସରିବାରେ ଲାଗିଥିବା ବେଳେ ଏଥିପ୍ରତି କୌଣସି କଟକଣା ଲାଗୁ କରାଯାଇନାହିଁ । କୌଣସି କଟକଣା ନଥାଇ ଉକ୍ତ ସମ୍ପଦକୁ ସୁରକ୍ଷୀତ ରଖିବା ପାଇଁ ସରକାରଙ୍କ କୋଟି କୋଟି ଟଙ୍କା ବେତନ ଖାଇ ମଧ୍ୟ ପ୍ରାକୃତିକ ସମ୍ପଦକୁ ସୁରକ୍ଷା ଦେଇ ପାରୁନଥିବା କୌଣସି ନା କୌଣସି ଜାଗାରେ ସନ୍ଦେହ ସହ ମାଫିଆଙ୍କ ସହ ପ୍ରସାଶନିକ ସହ ମଧୁଚନ୍ଦ୍ରିକା ପଦାକୁ ଆସୁଥିବା ସନ୍ଦେହ ପଦାକୁ ଆସୁଥିବାର ଚର୍ଚ୍ଚା ଜୋର ଧରିଛି । ଗତ ଦିନରେ ଏହି ଅଧିକାରୀ ଏଥିରୁ ପ୍ରସୟ ନ ଦେବାରୁ ଅଚାନକ ତାଙ୍କର ବଦଳି କରିବାଟା ବେଶ ଚର୍ଚ୍ଚା ଧରିଥିଲା ବୁଦ୍ଧିଜୀବୀ ମହଲରେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା