ଚିତ୍ରକର ରାଧାଶ୍ୟାମ ପ୍ରଧାନଙ୍କ ପ୍ରଥମ ସ୍ମୃତିସଭା ଓ ଶିଶୁ ଚିତ୍ରାଙ୍କନ ପ୍ରତିଯୋଗୀତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରରେ ଯୁବ ଚିତ୍ରଶିଳ୍ପୀ ରାଧାଶ୍ୟାମ ପ୍ରଧାନ ଠିକ୍ ୧ ବର୍ଷପୂର୍ବେ ଜଳେଶ୍ୱର ଷ୍ଟେସନବଜାର ନିକଟରେ ଗଲାବେଳେ ଏକ ପିକ୍ଅପ୍ ଧକ୍କାରେ ମୃତ୍ୟୁ ଘଟିଥିଲା । ଏହି ଅବସରରେ ଜଳେଶ୍ୱରରେ ଗଠିତ ରାଧାଶ୍ୟାମ ସ୍ମୃତି କମିଟି ପକ୍ଷରୁ ସ୍ମୃତିସଭା ଓ ଶିଶୁ ଚିତ୍ରାଙ୍କ ପ୍ରତିଯୋଗୀତା ଜଳେଶ୍ୱର ଟାଉନ୍ ଉଚ୍ଚ ନୋଡାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ଭବାନୀ ଶଂକର ପାଳ ଏଥିରେ ଅଧ୍ୟକ୍ଷତା କରି ଜଣେ ସଫଳ ଚିତ୍ରକର ଭାବେ ରାଧାଶ୍ୟାମ ପ୍ରଧାନଙ୍କ ସ୍ମ୍ମୃତି ବଖାଣିଥିଲେ । ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଶିକ୍ଷାଅଧିକାରୀ ବିଜୟ କୁମାର ନାଥ ଓ ମୁଖ୍ୟବକ୍ତାଭାବେ ବରିଷ୍ଠ ଆଇନ୍ଜୀବି ସତ୍ୟସୁନ୍ଦର ଦାସ ଯୋଗ ଦେଇ କଳା ଓ ଚିତ୍ର ଶିଳ୍ପିର କେବେ ମୃତ୍ୟୁ ହୋଇ ପାରେନା । ତାର ଅମରକୃତି ଅମରାକ୍ଷରେ ରହିଥାଏ ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ସିଆରସିସି ପଂକଜ କୁମାର ଜେନା, ବାଲେଶ୍ୱର ଚାରୁକଳା ମହାବିଦ୍ୟାଳୟର ଅଧ୍ୟାପକ ବିଷ୍ଣୁପଦ ସେନାପତି, ପ୍ରତାପ କୁମାର ରାଉତ ପ୍ରମୁଖ ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ । ଏହି ଉତ୍ସବରେ ଚିତ୍ରଶିଳ୍ପି ଆଶିଷ କୁମାର ସାହୁ ଓ ଭାଗ୍ୟଶ୍ରୀ ଦଳେଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବ ପୂର୍ବରୁ ୧୧୮ଜଣ କୁନି ଚିତ୍ରଶିଳ୍ପିଙ୍କ ଦ୍ୱାରା ଚିତ୍ରାଙ୍କ ପ୍ରତିଯୋଗୀତା ହୋଇଥିବା ବେଳେ ଶ୍ରେଷ୍ଠ ୧୬ଜଣ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ୱର୍ଗତ ରାଧାଶ୍ୟାମ ପ୍ରଧାନଙ୍କ ଜୀବନୀ ଓ କାର୍ଯ୍ୟଶୈଳୀ ଉପରେ ଏକ ସ୍ଲାଇଡି ପ୍ରଦର୍ଶୀତ ହୋଇଥିଲା । ସ୍ମୃତିକମିଟି ପକ୍ଷରୁ ସତ୍ୟସୁନ୍ଦର ଦାସ, ୫ହଜାର ଟଙ୍କା ସ୍କୁଲର ପ୍ରଧାନ ଶିକ୍ଷକ ଭବାନୀ ଶଂକର ପାଳଙ୍କୁ ପ୍ରଦାନ କରିଥିଲେ । ଓ ଲାଗାଂଶରେ ପ୍ରତିବର୍ଷ ଜଣେ ଶିକ୍ଷାର୍ଥୀଙ୍କୁ ପୁରସ୍କୃତ କରାଯିବାର ବ୍ୟବସ୍ଥା ହୋଇଥିଲା ।ପୂର୍ଣ୍ଣେନ୍ଦୁ ପ୍ରକାଶ ପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଳେଶ୍ୱର ଓ ବାଲେଶ୍ୱରରୁ ବହୁ ବନ୍ଧୁ ଓ ଶୁଭେଚ୍ଛୁ ଓ ତାଙ୍କ ପରିବାରବର୍ଗ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା