

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଗଁଦିଆ ବ୍ଲକର ବରଦା ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ଚିନ୍ତା ଓ ଚେତନା ତରଫରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅନୁଷ୍ଠାନର ସଭପତି ଦାମୋଦର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗତକାଲି ତଥା ଏପ୍ରିଲ ୨୮ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଦଣ୍ଡଧର ସାହୁ ଓ ମୁଖ୍ୟ ବକ୍ତା ରୂପେ ଶିକ୍ଷବିତ ଅଧ୍ୟାପକ ବେଲଟି କିର ମହାବିଦ୍ୟାଳୟର ସୁରେଶ ପ୍ରସାଦ ମିଶ୍ର ଯୋଗଦେଇ ମଧୁବାବୁଙ୍କ ସ୍ମୃତିଚାରଣ କରିଥିଲେ । ନିମନ୍ତ୍ରିତ ଅତିଥି ରୂପେ ଦେଓଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଯୋଗଦେଇ ମଧୁବାବୁଙ୍କ ଓଡ଼ିଆ ପ୍ରୀତି ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂପାଦକ ବନବିହାରୀ ସାହୁ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ସଦସ୍ୟ ହୃଷିକେଶ ସାହୁ ଓ ଥିଙ୍କରସ ଫୋରମର ସଭାପତି ସୁବ୍ରତ ସାହୁ ସହଯୋଗ କରିଥିଲେ । ଏହି ଅବସରରେ ଚିନ୍ତା ଓ ଚେତନାର ସମସ୍ତ ସଦସ୍ୟ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି