ଥେରୁବାଲି (ସମୃଦ୍ଧ ଓଡିଶା) ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉଦଘାଟନି ଉତ୍ସବରେ ଇମ୍ପା ଉତପାଦନ ବିଭାଗର ବରିଷ୍ଠ ମହାପ୍ରବନ୍ଧକ ଶ୍ରୀ ଇ.ଭି.ଏସ. ଉମା ମହେଶ୍ୱର ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଶପଥ ନେବା ସହ ଏକ ରଙ୍ଗାରଙ୍ଗ ମାର୍ଚ୍ଚ ଫାଷ୍ଟ କରାଯାଇଥିଲା । ଏହି ପ୍ରତିଯୋଗିତାରେ ବିଦ୍ୟାଳୟର କେଜିଆଇ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ବାର୍ଷିକ କ୍ରୀଡାର ଉଦଯାପନୀ ଉତ୍ସବରେ ରାୟଗଡା ପୌର ସଂସ୍ଥାର ଉପାଧ୍ୟକ୍ଷ ଡ଼. ନିରଞ୍ଜନ ପ୍ରସାଦ ବକସି ପତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଚଳିତ ବର୍ଷ ବାଳକ ବିଭଗରେ ମାଷ୍ଟର ଆଶୁତୋଷ ରଥ ଓ ବାଳିକା ବିଭାଗରେ ମିସ ଜଲି ରାଣୀ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କାହ୍ନୁଚରଣ ପଣ୍ଡା ପ୍ରତକ୍ଷ୍ୟ ତତ୍ତ୍ୱବୋଧନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପିଇଟି କେ. ପାଇକ ରାଏ ଓ ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ । ଚିନ୍ମୟ ବିଦ୍ୟାଳୟ ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଇଁ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ମୁଖ୍ୟ ଅତିଥି ବୁଲି ଦେଖିବା ସହ ଏହାର ଭୁୟୁପି ପ୍ରସଂଶା କରିଥିଲେ । ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବରେ ଅଭିଭାବକଙ୍କ ସହ ଥେରୁବାଲି ଅଞ୍ଚଳର ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ