ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ଥେରୁବାଲିସ୍ଥିତ ଚିନ୍ମୟ ବିଦ୍ୟାଳୟରେ ୩୬ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଚିନ୍ମୟ ବିଦ୍ୟାଳୟର ସଭାପତି ତଥା ବିଦ୍ୟାଳୟର ପରିଚାଳନା କମିଟି ଅଶୋକ କୁମାର ବେହେରା, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ଏବଂ ତାଙ୍କ ସହିତ ସମ୍ମାନିତ ଅତିଥି ଭାବରେ ଇମ୍ଫା କାରଖାନାର ଉପସଭାପତି କେ.ଭି ରାଓ ଓ ଚିନ୍ମୟ ବିଦ୍ୟାଳୟର ଚେୟାରମେନ ନିଳେନ୍ଦୁ ଚାଟାର୍ଜୀ ଯୋଗ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବିଦ୍ୟାଧର ନାୟକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥିମାନେ ଉତ୍ତମ ବିଦ୍ୟା ଅଧ୍ୟୟନ ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ଶିକ୍ଷାର ବିକାଶ ହୋଇପାରିବ ବୋଲି ବିଦ୍ୟାର୍ଥୀମାନଙ୍କୁ ଉଦବୋଧନ ଦେଇଥିଲେ । ବିଦ୍ୟାଳୟରେ ଆୟୋଜିତ ହୋଇଥିବା ଭିନ୍ନ ଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ଏବଂ ୨୦୧୯ ମସିହାରେ ହୋଇଥିବା ଦଶମ ସି.ବି.ଏସି.ବୋଡ ପରୀକ୍ଷାରେ ବିଦ୍ୟାଳୟ ସ୍ତରରେ ତଥା ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ପ୍ରାପ୍ତି କରିଥିବା ଶ୍ରୀୟାନ୍ସୀ ସାହୁଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନୀତ ସହିତ ପୁରସ୍କୃତ ମଧ୍ୟ କରାଯାଇଥିଲା । ତାପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦେଖି ସମସ୍ତ ଅତିଥି, ଅଭିଭାବକ ତଥା ଅନ୍ୟ ଦର୍ଶକମାନଙ୍କ ମନ ବିଭୋର ହୋଇ ଉଠିଥିଲା । ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପରିଚାଳନା କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଭିଭାବକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଇମ୍ଫାର ବିଭିନ୍ନ ପଦାଧିକାରୀ ତଥା ବିଭିନ୍ନ ସମ୍ବାଦପତ୍ରର ସାମ୍ବାଦିକମାନେ ଏବଂ ବିଦ୍ୟାଳୟର ଅନ୍ୟ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ସୁନୀତା ଜି.ପିଲାଇଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରିଥିଲା ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ