ଚୋରା ବିଦ୍ୟୁତ୍ ଲାଇନ୍ ସଂସ୍ପର୍ଷରେ ଆସି ବାପ ପୁଅ ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ୫ନଂ ୱାର୍ଡ ପଥରପୁରାର ରାଜେନ୍ଦ୍ର ଭୂୟାଁ (୫୩) ଓ ତାଙ୍କ ପୁଅ ରଂଜନ ଭୂୟାଁ (୨୫) ବିଲକୁ ଟ୍ରାକ୍ଟରେ ହଳ କରିବାକୁ ଯାଇଥିଲେ । କିନ୍ତୁ ଧିରେନ୍ ଭୂୟାଁ ତାଙ୍କ ଘରୋଇ ଉଠା ଜଳସେଚନ ପ୍ରକଳ୍ପରେ ଚୋରା ବିଦ୍ୟୁତ୍ ଲାଇନ୍ ନେଇଥିବାରୁ ବିଦ୍ୟୁତ୍ତାର ସଂସ୍ପର୍ଷରେ ଆସି ବାପ-ପୁଅ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଜଳେଶ୍ୱର ଜିକେଭଟ୍ଟର ହସ୍ପିଟାଲ ଓ ପରେ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା