ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସେରଙ୍ଗ ଏନେମ ସେଣ୍ଟରରୁ ଚୋରି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ହୋଇଥିବା ଟେବକୁ ଜବତ କରିଛି ସେରଙ୍ଗ ପୋଲିସ । ଗତ ମେ ମାସ ୨୭ ତାରିଖରେ କେହି ନଥିବାର ସୁଯୋଗ ନେଇ ବିଳମ୍ବିତ ରାତ୍ରିରେ ଏନମ ସେଣ୍ଟରର ତାଲା ଭାଙ୍ଗି ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟେବ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପୋଲିସ ଅଭିଯୋଗ ପ୍ରକାରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବେଳେ, ଆଜି ଅଭିଯୁକ୍ତ ପି ଡେଭିଡକୁ ଗିରଫ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଏଏସପି ସିତାରାମ ସଥପତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା