

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଓଡ଼ିଶାର ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରାଇବାର ସ୍ୱପ୍ନ ନେଇ ରାଜ୍ୟର ପ୍ରତି ବ୍ଲକ ସ୍ତରରେ ସ୍ଥାପନ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ “ମାନସ ସନ୍ତାନ” ଓଡିଶା ଆଦର୍ଶ ବିଦ୍ୟାଳୟ ସମ୍ପ୍ରତି ଓଡିଶା ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଅଛି । ବ୍ଲକ ସ୍ତ୍ରରରେ ସ୍ୱତନ୍ତ୍ର ମେଧା ଅଦ୍ଵେଷଣ ପରୀକ୍ଷା ମାଧ୍ୟମରେ ଯୋଗ୍ୟତା ହାସଲ କରିଥିବା ଶିକ୍ଷାର୍ଥୀଙ୍କୁ ଵର୍ଗବ୍ବାରି ପ୍ରବେଶିକା ପରୀକ୍ଷା ମାଧ୍ୟମରେ ନାମ ଲେଖାଇ ଅନୁଷ୍ଠାନ ତାର ଶିକ୍ଷା ପ୍ରଣାଳୀ ଓ ଗୁଣବତ୍ତା ପାଠ୍ୟକ୍ରମ ପ୍ରଚଳନରେ ନିଜର ସ୍ୱତନ୍ତ୍ରତା ବଜାୟ ରଖିଅଛି । ଫଳତଃ ଗ୍ରାମାଞ୍ଚଳର ଶିକ୍ଷାର୍ଥୀଙ୍କୁ ସର୍ବ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଇବାର ମନୋବଳ ପ୍ରଦାନ କରାଇବା ସହିତ ପ୍ରତିଯୋଗୀ ମନୋଭାବରେ ନୈତିକ, ଶାରୀରିକ ତଥା ବୈନ୍ଧିକ ବିକାଶରେ ସୁଦୂର ପ୍ରସାରି ପ୍ରଭାବ ପଡୁଥିବା ଲକ୍ଷ କରାଯାଉଅଛି । ଆଜି ସାନଖେମୁଣ୍ଡି ସ୍ଥିତ ଛଣମେରୀ ଆଦର୍ଶ ବିଦ୍ୟାଳୟରେ ୪ର୍ଥ ବାର୍ଷିକ ଉତ୍ସବ ସମ୍ମିଳନୀରେ ଉପସ୍ଥିତ ମୁଖ୍ୟ ଅତିଥି ଗହଣରେ ବିଦ୍ୟାଳୟ ଶିକ୍ଷର୍ଥୀ ମଣ୍ଡଳୀ, ଅଭିଭାବକ ସମୂହଙ୍କ ସହ ଅଂଚଳ ବୁଦ୍ଧିଜୀବୀଙ୍କ ଠାରେ ମତ ପ୍ରକାଶ ପାଇଅଛି । ଆଦର୍ଶ ବିଦ୍ୟାଳୟ ଛଣମେରୀର ୪ର୍ଥ ବାର୍ଷିକ ଉତ୍ସବ ପ୍ରରିପ୍ରେକ୍ଷୀରେ ଅଧକ୍ଷ ରଶ୍ମିରଞ୍ଜନ ବେହେରାଙ୍କ ପୌରହିତରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମ ଉଦଘାଟିନ କରିବା ସହ ମୁଖ୍ୟ ବକ୍ତା ଭାବେ ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟ ଅଧକ୍ଷ ଚିନ୍ତାମଣି ପଲେଇ, ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ମୁକୁଳ ଚନ୍ଦ୍ର ପାଢ଼ୀ, ଛଣମେରୀ ସରପଞ୍ଚ ଶ୍ରୀମତୀ ଗୌରୀ ନାୟକ, ବିଦ୍ୟାଳୟ ପି.ଟି.ଏ ସଭାପତି ବାବୁଲା ଦୋରା ମଞ୍ଚାସିନ ଥିଲେ । ସାମୁହିକ ଭାବେ ମଞ୍ଚାସିନ ଶ୍ରୀ ଜଗନ୍ନାଥଙ୍କ ମୂର୍ତିରେ ପୁଷ୍ପମାଲ୍ୟ ପ୍ରଦାନ, ପ୍ରଦୀପ ପ୍ରଜ୍ଵଳନ କାର୍ଯ୍ୟକ୍ରମ ପରେ ଅନୁଷ୍ଠାନ ଶିକ୍ଷାର୍ଥୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅଧକ୍ଷ ମହୋଦୟଙ୍କ ବାର୍ଷିକ ବିବରଣୀ ପଠନ ସହ ବିଦ୍ୟାଳୟର ଗୁଣ ଗାରିମା ବର୍ଣ୍ଣନା କରିଥିଲେ । ମୁଖ୍ୟବକ୍ତା ମୁକୁଳ ଚନ୍ଦ୍ର ପାଢ଼ୀ ଓ ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟ ଅଧକ୍ଷ ଶ୍ରୀ ପଲେଇ ମହାଶୟ ଆଦର୍ଶ ବିଦ୍ୟାଳୟ ଶିକ୍ଷା ପ୍ରଣାଳୀରେ ଶିକ୍ଷର୍ଥୀ, ଅନୁଷ୍ଠାନ ସହିତ ଅଭିଭାବକଙ୍କ ଉତ୍ତର ଦାୟିତ୍ୱ ବୁଝାଇ ସାବଲୀଳ ଢଙ୍ଗରେ ବିଷୟ ବଲୋକନ କରିଥିଲେ । ମୁଖ୍ୟ ଅତିଥି ବିଧାୟକ ରମେଶ ଚନ୍ଦ୍ର ଜେନା ମହୋଦୟ ବିଦ୍ୟାଳୟର ଶିକ୍ଷା ପ୍ରଦାନ ପ୍ରଣାଳୀରେ ଶିକ୍ଷାର୍ଥୀଙ୍କ ଆକୃଷ୍ଟତାକୁ ସ୍ମରଣ କରାଇବା ସହିତ ଅନୁଷ୍ଠାନର ଉନ୍ନତି ପାଇଁ ସାମୁହିକ ଉଦ୍ୟମକୁ ଗୁରୁତ୍ୱରୋପ କରିଥିଲେ । ଉପସ୍ଥିତ ଅତିଥୀଙ୍କ ଗହଣରେ ଅନୁଷ୍ଠାନର ସ୍ମରଣୀକା ବାଳ ତରଂଗଣି ଉନ୍ମୋଚନ ହେବା ସହିତ ବାର୍ଷିକ କ୍ରୀଡା ପ୍ରତିଯୋଗୀତାରେ ଶ୍ରେଷ୍ଠତ୍ଵ ସ୍ଥାନ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ଅତିଥି ଗଣ ମାନପତ୍ର ଓ ସିଲଡ଼ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକଜ ଅନୁଷ୍ଠାନ ଶିକ୍ଷକ ଓ କର୍ମକର୍ତ୍ତା ଗଣ ଉପସ୍ଥିତ ରହି ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
