ଛତିଶଗଡ଼ରେ ସରକାର ଗଢ଼ିବ କଂଗ୍ରେସ:ଇସ୍ତଫା ଦେଲେ ରମଣ ସିଂ…

ରାୟପୁର(ସମୃଦ୍ଧ ଓଡିଶା )ଛତିଶଗଡ଼ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଲାଗିଛି ଶକ୍ତ ଧକ୍କା। ବିଗତ ୧୫ ବର୍ଷ ଧରି ଛତିଶଗଡ଼ରେ ଶାସନ କ୍ଷମତାରେ ରହି ଆସିଥିବା ବିଜେପିକୁ ଚଳିତ ନିର୍ବାଚନରେ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ଛତିଶଗଡ଼ରେ କଂଗ୍ରେସ ସ୍ପଷ୍ଟ ବହୁମତ ହାସଲ କରିବା ସହ ରାଜ୍ୟର ପରବର୍ତ୍ତୀ ସରକାର ଗଠନ କରିବା ନିଶ୍ଚିତ ହୋଇପଡ଼ିଛି।୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ସରକାର ଗଠନ ପାଇଁ ୪୬ ବିଧାୟକ ଆବଶ୍ୟକ ଥିବା ବେଳେ ଏଠାରେ କଂଗ୍ରେସ ୬୮  ଆସନ ବିଜୟୀ ହୋଇ ସରକାର ଗଠନ କରିବା ନିଶ୍ଚିତ କରିଛି। ଅନ୍ୟ ପକ୍ଷରେ ୧୫ ବର୍ଷ ଧରି କ୍ଷମତାରେ ରହିଥିବା ଭାରତୀୟ ଜନତା ପାର୍ଟି (ବିଜେପି)ମାତ୍ର  ୧୫ଟି  ଆସନରେ ବିଜୟୀଥିବା ବେଳେ ଅନ୍ୟାନ୍ୟମାନେ ୬ଟି ଆସନରେ ବିଜୟୀ  ହୋଇଛନ୍ତି। ଛତିଶଗଡ଼ରେ ବିଜେପି ଦଳର ଶୋଚନୀୟ ପରାଜୟ ପାଇଁ ମୁଖ୍ୟମନ୍ତ୍ରୀ ରମଣ ସିଂହ ସମସ୍ତ ଦୋଷ ନିଜ ମୁଣ୍ଡକୁ ନେବା ସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।