



ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସ୍ଥିତ ସମର୍ଥ ଅନୁଷ୍ଠାନ ପରିସରରେ ଗଞ୍ଜାମ ଜିଲ୍ଲା ଶାରୀରିକ ଅକ୍ଷମ କଲ୍ୟାଣ ମହାସଂଘ ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ମହାସଂଘର ସଂପାଦକ କେ.ଆନନ୍ଦ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିଲା । ଏହି ଅବସରେ ସମର୍ଥ ଅନୁଷ୍ଠାନର ଦିବ୍ୟାଙ୍ଗ ଛାତ୍ରଛାତ୍ରି ଓ ଅଭିଭାବକମାନେ ଏକ ଶୋଭାଯାତ୍ର ବାହାରି ଛତ୍ରପୁର ସହର ପରିକ୍ରମା କରିବା ସହ ଦିବ୍ୟାଙ୍ଗମାନଙ୍କ ଉପରେ ଜନସଚେତନ ସୃଷ୍ଟି କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଯୋଗଦେଇ ଦିବ୍ୟାଙ୍କ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବିଡିଓ ସଚ୍ଚିଦାନନ୍ଦ ନାୟକ, ପୁରସ୍କାର ପ୍ରାପ୍ତ ସରପଞ୍ଚ ଆରତୀ ଦେବୀ ଓ ସମାଜସେବୀ ସୁଧୀର ପଟ୍ଟନାୟକ ଯୋଗଦେଇ ଦିବ୍ୟାଙ୍ଗମାନେ ସାଧାରଣ ଲୋକଙ୍କ ଠାରୁ କିଛି କମ୍ ନୁହଁନ୍ତି ବରଂ ସକ୍ଷମ । ଏହି ଅବସରରେ ସମର୍ଥ ଅନୁଷ୍ଠାନର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥୀମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ସମର୍ଥ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିବା ବେଳେ ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସମର୍ଥ ଅନୁଷ୍ଠାନର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା



