

ଛତ୍ରପୁର (ସମୃଦ୍ଧ ଓଡିଶା) ତିନୋଟି କୃଷି ବିରୋଧୀ କଳା ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ଦିନ ଧରି ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ମୋଦି ସରକାରଙ୍କ ଦମନ ଲୀଳା ବିରୁଦ୍ଧରେ ସାରା ଭାରତରେ ୨୬ ଜାନୁୟାରୀ ପରଠାରୁ ଏହି ଆନ୍ଦୋଳନ ଆହୁରି ବ୍ୟାପକ ହେବାରେ ଲାଗିଛି । ସର୍ବ ଭାରତୀୟ ସ୍ତରରେ ନେତୃତ୍ୱ ନେଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତିର ଆହ୍ୱାନ କ୍ରମେ ଦେଶବ୍ୟାପୀ ଅଖଚକ ଜାମ୍ ରାସ୍ତା ରୋକ ଡାକାରାରେ ଆଜି ଛତ୍ରପୁର ଡିଆରଡିଏ ଛକଠାରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଚାଷୀ ସଂଗଠନ ମାନଙ୍କ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଯାହା ଫଳରେ ଶହ ଶହ ଟ୍ରକ ଅଟକ ରହିଥିଲା । ଚାଷୀ ମାନେ ସାଧାରଣ ଲୋକଙ୍କ କ୍ଷୟକ୍ଷତି ଚାହାନ୍ତି ନାହିଁ । ଏହା କେବଳ ସରକାରଙ୍କ ଚାଷି ବିରୋଧୀ ବିଲକୁ ପ୍ରତ୍ୟାହାର କରିବା ପାଇଁ ବୋଲି ଦର୍ଶାଇବାକୁ ଯାଇ ଚାଷୀ ନେତା ମାନେ ଆନ୍ଦୋଳନ ସ୍ଥଳରେ ଅଟକ ରହିଥିବା ବସ ଟ୍ରକ ଡ୍ରାଇଭର୍ ଓ ସାଧାରଣ ଲୋକଙ୍କୁ ପାଣି ବୋତଲ ବିସ୍କୁଟ ପକେଟ୍ ବାଣ୍ଟି ମାନବୀୟ ଉଦାରତାର ପରିଚୟ ସୃଷ୍ଟି କରିଥିଲେ । ଏହି ଆନ୍ଦୋଳନରେ ନବ ନିର୍ମାଣ କୃଷକ ସଂଗଠନର ଇଜୁ ଅମିନ ଖାନ, ସୁଦର୍ଶନ ପାତ୍ର, ରମେଶ କର, ବହୁଜନ କ୍ରାନ୍ତି ମୋର୍ଚାରୁ ସୁମା ଦାସ, ଋଷିକୂଲ୍ୟା ରୟିତ ମହାସଭା ପକ୍ଷରୁ ସୀମାଞ୍ଚଳ ନାହାକ, ଜୀବନ ଜୀବିକା ପରିବେଶ ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁଦେବ ବେହେରା, କମୁନିଷ୍ଟ ପାର୍ଟିରୁ ନୀଳକଣ୍ଠ ଦାସ, ଭାନୁମତି ରେଡି, ଦୂର୍ଯ୍ୟୋଧନ ନାହାକ, ଜନାର୍ଦନ ରେଡି କଂଗ୍ରେସର ଭାଗିରଥି ବେହେରା ପ୍ରମୁଖ ଉପସ୍ଥିତ ରହି ମୋଦି ସରକାରଙ୍କ ବିରୁଦ୍ଧରେ ବିଷାଦଗାରା କରିଥିଲେ ।





