ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ ବିଭିନ୍ନ ସହରରେ ରଥଯାତ୍ରା ପାଳନ କରାଯାଇଛି । ସେଥି ମଧ୍ୟରୁ ଛତ୍ରପୁର ସହରରେ ତିନିଟି ଜଗନ୍ନାଥ ମନ୍ଦିରରେ ବହୁ ଆଡମ୍ବର ସହିତ ରଥଯାତ୍ରା ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଘଣ୍ଟନାଦକୁ ମହିଳାମାନଙ୍କ ହୁଲହୁଳି ଓ ବାଦ୍ୟ ଶଙ୍ଖ ମହୁରୀ ସଂକୀର୍ତ୍ତନ ତାଳେ ମହିଳା ଓ ପୁରୁଷ, ଶିଶୁ ବୃଦ୍ଧ, ବୃଦ୍ଧା ଭକ୍ତମାନେ ପ୍ରଭୂଙ୍କ ଯାତ୍ରାରେ ଯୋଗଦେଇ ରଥ ଟାଣି ଥିଲେ ଏବଂ ପୂଜାଅର୍ଚ୍ଚନା କରି ପ୍ରଭୂଙ୍କ ଦର୍ଶନ କରିଥିଲେ । ଗତ ତିନି ବର୍ଷ ହେଲା ରିକ୍କାପଲ୍ଲୀ ସ୍ଥିତ ତାଡେପଲ୍ଲୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୂର୍ବାହ୍ନରେ ରଥଯାତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଛି ସେହିପରି ଚଳିତ ବର୍ଷ ମଧ୍ୟ ଦିନରେ ଏହି ଯାତ୍ରା ମନ୍ଦିରରେ ପାଳନ କରାଯାଇଛି । ଛତ୍ରପୁର ରାଜପରିବାର ରଜା କୈାଳାଶ ଚନ୍ଦ୍ର ଦେଓ ପୂର୍ବାହ୍ନ ୧୧.୩୦ଘଣ୍ଟିକା ସମୟରେ ମହାପ୍ରଭୂ ଶ୍ରୀ ବଳଭଦ୍ର, ସୁଭଦ୍ରା ଓ ଜଗତରନାଥ ଜଗନ୍ନାଥ ପ୍ରଭୂଙ୍କୁ ପହଣ୍ଡି କରି ରଥ ଉପରକୁ ନିଆଯାଇଥିଲା । ରଥରେ ବସିଥିବା ତିନିଠାକୁର ମାନଙ୍କୁ ପୂର୍ଜାଅର୍ଚ୍ଚନା କରାଯାଇ ଆଳତୀ କରାଯାଇଥିଲା । ଏହାପରେ ଅପରାହ୍ନ୪ଟା ରେ ରଥକୁ ଭକ୍ତମାନେ ଟାଣିଟାଣି ମଝି ବଜାର ସ୍ଥିତ ଗୁଣ୍ଡିଚା ମନ୍ଦିରରେ ରଥକୁ ପହଞ୍ଚିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ଜଗବନ୍ଧୁ ପାଣିଗ୍ରାହୀ, ଆଦିକନ୍ଦ ପାଣିଗ୍ରାହୀ, ଅସିତ୍ କୁମାର ପଟ୍ଟନାୟକ, ଏନ୍.ଜଗଦୀଶ ରାଓ, ଭାଗବତ ମହାପାତ୍ର, ସନ୍ତୋଷ କୁମାର ସାହୁ ଓ ପୂଜକ ରାଜେନ୍ଦ୍ର ଶତପଥୀଙ୍କ ସମେତ ମନ୍ଦିର ପରିଚାଳନା କମିଟି ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ । ସେହିପରି ଦାଶିରି ଜଗନ୍ନାଥମନ୍ଦିର ଓ ରେଡିକା ସାହି ଜଗନ୍ନାଥ ମନ୍ଦିର ତରଫରୁ ସଂନ୍ଧ୍ୟାରେ ଏହି ରଥ ଯାତ୍ରା ପାଳନ କରାଯାଇଥିଲା ରଥ ଗୁଡିକୁ ଭକ୍ତ ମାନେ ଟାଣି ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚାଇଥିଲେ । ଛତ୍ରପୁର ବ୍ଲକ ବୀରିସିଂହ ପୀଠ ସ୍ଥିତ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ରଥ ଯାତ୍ରା ପାଳନ କରାଯାଇଥିଲା । ଏହି ଅବସରରେ ଛେରା ପହଁରା ପ୍ରଫୁଲ କୁମାର ମହାରଣା କରିଥିଲେ । ଏଥିରେ ଜଗନ୍ନାଥ ଓ ବଳଭଦ୍ରଙ୍କ ରଥକୁ ମହିଳା ଓ ପୁରୁଷ ମିଶି ଟାଣି ଥିବାବେଳେ ଦେବୀ ସୁଭଦ୍ରାଙ୍କ ରଥକୁ ମହିଳା ମାନେ ଟାଣି ନେଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ । ଏହି ଅବସରେ ସବୁ ରଥ ଗୁଡିକ ବହୁତ ସୁନ୍ଦର ଦେଖିବାକୁ ମିଳିଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ରଥ ଟଣା କାର୍ଯ୍ୟକ୍ରମ ଶେଷ ହୋଇଛି । ତିନି ଠାକୁର ପୂଜା ପାଉଛନ୍ତି ବାହୁଡ଼ା ଦିନ ପୁଣି ନିଜ ମନ୍ଦିରକୁ ଫେରିବେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା