ଛତ୍ରପୁରରେ ତିନି ଠାକୁରଙ୍କ ସୁନାବେଶ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ଆଷାଢ଼ ଶୁକ୍ଳ ଦ୍ୱାଦଶ ତିଥିରେ ତିନି ଠାକୁରଙ୍କ ସୁନାବେଶ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ଦେବ-ରୀତିନୀତି ପ୍ରକାରେ ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ତିନି ଠାକୁରଙ୍କ ରଥ ଉପରେ ବିଭିନ୍ନ ପୂଜାବିଧି ଓ ଆଳତି କରାଯାଇ ମହାପ୍ରସାଦ ଭୋଗ ହେବାପରେ ଠାକୁରମାନଙ୍କ ପହଡ ନିତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଅପରାହ୍ନରେ ଠାକୁର ମାନଙ୍କୁ ରଥ ଉପରେ ସୁନା ବେଶରେ ସଜ୍ଜିତ କରାଯାଇଥିଲା । ନବଦିନର ଯାତ୍ରା ସାରି ତିନି ଠାକୁର, ଶ୍ରୀମନ୍ଦିର ରତ୍ନ ସିଂହାସନଙ୍କୁ ବାହୁଡ଼ିବା ବାଟରେ ଏତେ ପରିମାଣ ଓଜନର ସୁନାରୁପା ଓ ବିଭିନ୍ନ ଧାତୁ ଓ ରତ୍ନରେ ନିର୍ମିତ ଭଳିକି ଭଳି ଅଳଙ୍କାର ସବୁ ପରିଧାନ କରି ଏକ ଦୁର୍ଲଭ ତଥା ଭିନ୍ନ ଏକ ଅପରୂପ ବେଶରେ ହଜାର ହଜାର ସଂଖ୍ୟାରେ ସମବେତ ହୋଇଥିବା ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ତିନି ଠାକୁର ।ଠାକୁର ମାନଙ୍କ ଏହି ଦୁର୍ଲଭ ସୁନାବେଶରେ ଦର୍ଶନ କରିବା ପାଇଁ ଛତ୍ରପୁର ସହର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ଭାବେ ପୋଲିସ ବାହିନୀ ମୃତୟନ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା