
ଛତ୍ରପୁର (ସମୃଦ୍ଧ ଓଡିଶା) ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ସ୍ଥିତ ପଟ୍ଟନାୟକ କଲୋନୀ ଠାରେ ନୂତନ ଭାବେ ଏକ ଫିଟନେସ ଜିମ ଉଦଘାଟିତ ହୋଇଯାଇଛି । ସୂଚନା ଯେ, ସୁନ୍ଦର ସ୍ୱାସ୍ଥ୍ୟ ସହ ବଡି ଫିଟନେସ ରହିବା ନିମନ୍ତେ ଯୁବପିଢୀମାନେ ବ୍ୟାୟାମ ସହ ଜିମ୍ ଉପରେ ନିର୍ଭର କରିଥାନ୍ତି । ଏହାସହ ଶରୀର କିପରି ସୁସ୍ଥ ଓ ସୌନ୍ଦର୍ଯ୍ୟ ଦିଶିବ ସେଥି ସକାଶେ ବିଭିନ୍ନ ରକମର ବ୍ୟାୟାମ ମଧ୍ୟ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଯୁବ ପିଢୀମାନେ କିପରି ଆକୃଷ୍ଠ ହେବେ ସେଥି ନିମନ୍ତେ ନୂତନ ଭାବେ ଏକ ଫିଟନେସ ଜିମର ଶୁଭାରମ୍ଭ କରାଯାଇଛି । ଏହି ଜିମରେ ବିଭିନ୍ନ ପ୍ରକାର ଆଧୁନିକ ବ୍ୟାୟାମ ଯନ୍ତ୍ରପାତି ସହିତ ଯୁବ ପିଢିଙ୍କୁ ଆକୃଷ୍ଠ କରିବା ପାଇଁ ବହୁ ସୁବିଧା ଉପଲବ୍ଧ ରହିଛି । ଏହି ଫିଟନେସ ଜିମକୁ ମଙ୍ଗଳବାର ୟୁରୋ ସ୍କୁଲର ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର, ବଡି ବିଲଡିଂରେ ମିଷ୍ଟର ୱାର୍ଲଡ ଓ ମିଷ୍ଟର ଇଣ୍ଡିଆ ଉପାଧି ପ୍ରାପ୍ତ ପୁରୀ ଅଞ୍ଚଳର ଅନୀଲ ଗୋଚ୍ଛିକାର, ଆଇଏଫବିବି ପ୍ରୋ ଆଫ୍ରୋଜ ଖାନ୍ ପ୍ରମୁଖ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ଏବଂ ଜିଲ୍ଲା ବାହାର ବହୁ ବଡି ବିଲଡରମାନେ ଉପସ୍ଥିତ ରହି ଆଧୁନିକ ଧରଣର ଯନ୍ତ୍ରପାତି ମାଧ୍ୟମରେ ବ୍ୟାୟାମ କରିବା ସହ ଛତ୍ରପୁରରେ ଏପରି ଜିମ ଉଦଘାଟନ ହୋଇଥିବାରୁ ବହୁ ଯୁବକ ଯୁବତୀମାନେ ଏହାର ସୁବିଧା ପାଇପାରିବେ ବୋଲି କହିଥିଲେ । ପରେ ଜିମର ପ୍ରୋପାଇରଟର ତଥା ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବଡି ବିଲଡର ବଲାଲ ଖାନ୍ ଓ ତାଙ୍କ ସହଧର୍ମିଣୀ ଅପସରା ବେଗମ ସମସ୍ତ ଅତିଥି, ଦୁଇ ଦିବ୍ୟାଙ୍ଗ ବଡିବିଲଡରଙ୍କ ସମେତ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ବଡି ବିଲଡରମାନଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବଡିବିଲଡର ଜଲାଲ ଖାନଙ୍କ ସମେତ ଫିଟନେସ ଜିମର ସମସ୍ତ କର୍ମକର୍ତ୍ତାମାନେ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
