ଛତ୍ରପୁରରେ ବିଜେପିର ବିରାଟ ପଟୁଆର ଓ ଶୋଭାଯାତ୍ରା:ପିସି କାରବାର ଓ ଅନିୟମତା ନେଇ ଗର୍ଜିଲେ ଦଳୀୟ କର୍ମୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ସାରାରାଜ୍ୟରେ ରାଜ୍ୟପ୍ରଶାସନ ଅଧିକାରୀ ମାନଙ୍କୁ ସାଧାରଣ କାମପାଇଁ ପିସି ନଦେଲେ କାମ ହେଉନାହିଁ । ମୁଖ୍ୟମନ୍ତ୍ରୀ ପିସି କାରବାରକୁ ବନ୍ଦ କରିବା ପାଇଁ କହିବା ଦିନଠାରୁ ପିସି କାରବାର ଦୃତଗତିରେ ବଢି ଚାଲିଛି । ଅନ୍ୟପକ୍ଷରେ କେନ୍ଦ୍ର ସରକାର ବିଭିନ୍ନ ପ୍ରକଳ୍ପ ପାଇଁ କୋଟିକୋଟି ଟଙ୍କା ଦେଉଥିବା ବେଳେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଅନିୟମତା ଅବଲମ୍ବନ କରି ଲୁଟ କରୁଛନ୍ତି ।ଏଭଳି ଅଭିଯୋଗ କରି ଛତ୍ରପୁର ବ୍ଲକରେ ପଇସା ନଦେଲେ କିଛି କାମ ହେଉନାହିଁ , ତୁରନ୍ତ ଏହି ପିସି କାରବାରକୁ ବନ୍ଦ କରିବାକୁ ଦାବି କରି  ଆଜି ଛତ୍ରରପୁର ବିଜେପି ପକ୍ଷରୁ ଏକ ରାଲି ପୁତି ଗୋପାଳପୁର ଠାରୁ ଏକ ବିରାଟ ପଟୁଆରରେ ଛତ୍ରପୁର ବଜାର, ପୁତି ଗୋପାଳପୁର, ରିକାପଲ୍ଲୀ, ଲୋୱେର ବଷ୍ଟାଣ୍ଡ ଦେଇ ଛତ୍ରପୁର ବ୍ଲକ ଠାରେ କର୍ମୀମାନେ ପହଞ୍ଚିଥିଲେ । ଛତ୍ରପୁର ବ୍ଲକ ରେ ପିସି କାରବାର ବନ୍ଦ, କେନ୍ଦ୍ରୀୟ ଯୋଜନା ଅନିୟମତା, ହିତାଧିକାରୀ ଠିକରୂପେ ଚୟନ ଆଦି ଦାବିକରି ବିଜେପି କର୍ମୀମାନେ ଛତ୍ରପୁର ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଏଥିରେ ବିଜେପି ନେତୃମଣ୍ଡଳୀ ପ୍ରଦୀପ କୁମାର ପାଢୀ, ଧରଣୀ ଧର ବେହେରା, ଉମା ଶଙ୍କର ପଣ୍ଡା ପ୍ରମୁଖଙ୍କ ସମେତ ଛତ୍ରପୁର ବ୍ଲକର ବହୁ ବିଜେପି କର୍ମୀ ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା