

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ସ୍ଥିତ ନୀଳକଣ୍ଠନଗର ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରୁ ବ୍ରହ୍ମପୁର ଜାତୀୟ ରାଜପଥରେ ଆସିଥିବା ସମୟରେ ଛତ୍ରପୁର କଲେଜ ଛକରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ଯୁବନେତା ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀର ଶତାଧିକ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳ, ଗଞ୍ଜାମ ଏନଏସି ମଣ୍ଡଳ ସଭାପତି ସୁଦାମ ଚରଣ ଜେନା, କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ଭିକାରିପଲ୍ଲୀ ମଣ୍ଡଳ ସଭାପତି ପଦ୍ମଚରଣ ପରିଡା, ଟାଙ୍ଗଣାପଲ୍ଲୀ ମଣ୍ଡଳ ସଭାପତି ବିଦ୍ୟାଧର ନାୟକ, ହୁମ୍ମା ମଣ୍ଡଳ ସଭାପତି ଭଗବାନ ନାହାକ, ସନ୍ତୋଷପୁର ମଣ୍ଡଳ ସଭାପତି ସନ୍ତୋଷ କୁମାର ନାହାକ, ରମ୍ଭା ଏନଏସି ମଣ୍ଡଳ ସଭାପତି ସିମାଞ୍ଚଳ ବାଡ଼ତ୍ୟା, ପୂର୍ବତନ ସରପଞ୍ଚ ଗାଣ୍ଡୁଧର ଗୌଡ଼, ଯୁବ ଆଇନଜୀବୀ ପି.ଧର୍ମା ରେଡ୍ଡୀ, ବ୍ରଜମୋହନ ଆଚାର୍ଯ୍ୟ, ମନୋଜ କୁମାର ବେହେରା, ପ୍ରଦୀପ କୁମାର ପାଢ଼ୀ, ପୂର୍ବତନ କାଉନସିଲର କେ.ରାମା ରାଓ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ବସନ୍ତ କୁମାର ବେହେରା, ରୁଇନା ପଟ୍ଟନାୟକ, ରାଜେନ୍ଦ୍ର ପଲାଇ, ଲୋକନାଥ ରେଡ୍ଡୀ, ଡି.ସୁରେଶ ରେଡ୍ଡୀ, ଜି.ମନୋଜ ରେଡ୍ଡୀ, ଉମା ଶଙ୍କର ମହାନ୍ତି, ବିଜୟ ମୁଦୁଲି, ଚୈତନ୍ୟ ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



