




ଛତ୍ରପୁର (ସମୃଦ୍ଧ ଓଡିଶା) ଦରଦାମ ବୃଦ୍ଧି ଓ କେନ୍ଦ୍ରୀୟ ଶ୍ରମ ଆଇନ ସଂଶୋଧନ ପ୍ରତିବାଦ ଏବଂ ଅନ୍ୟାନ୍ୟ ୧୨ ଦଫା ଦାବି ନେଇ ଆଜି ବିଭିନ୍ନ ରାଜନୈତିକ ଦଳ ଓ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦର ଡାକରା ଦେଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ଠାରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଯାଇଛି । ସହରର ବିଭିନ୍ନ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ ବ୍ୟାଙ୍କ, ପୋଷ୍ଟ ଅଫିସ ବନ୍ଦ ରହିଥିଲା । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିଲା । ସକାଳ ୮.୩୦ ରୁ ପ୍ରାୟ ୪୫ ମିନିଟ ଧରି ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶାନ୍ତ ଏକ୍ସପ୍ରେସ ଟ୍ରେନ ବନ୍ଦ କରାଯାଇଥିଲା । ଏହାସହ ପୋଷ୍ଟ ଅଫିସ କାର୍ଯ୍ୟାଳୟ ପରିସରର ପୋଷ୍ଟାଲର ବିଭିନ୍ନ ସଂଗଠନ ସାମିଲ ହୋଇ କାର୍ଯ୍ୟାଳୟ ବନ୍ଦ କରିବା ସହ ଏହାକୁ ସମର୍ଥନ ଜଣାଇଛନ୍ତି । ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଛକ ଠାରେ ମଧ୍ୟ ଏଆଇଟିୟୁସି ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରିବା ସହ ବିଭିନ୍ନ ଦୋକାନ ବଜାର ବନ୍ଦ କରାଯାଇଥିଲା । ଛତ୍ରପୁର ଠାରେ ଆଜି ଏଚଏମଏସର ରାଜ୍ୟ ସମ୍ପାଦକ ଡ଼. ରାଜେନ୍ଦ୍ର କୁମାର ଦାସ, ଏଆଇଟିୟୁସି ନେତା ନୀଳକଣ୍ଠ ଦାସ, ଗୋକୁଳ ଚନ୍ଦ୍ର ପଣ୍ଡା, ଚିଙ୍କରା ବେହେରା, ସିଏଚ ଜନାର୍ଦ୍ଦନ ରେଡ୍ଡୀ, ଏନ.ଗିରିଜା ପ୍ରସାଦ ରେଡ୍ଡୀ, ଗୁରୁନାଥ ପ୍ରଧାନ, ଏଆଇଟିୟୁସି ନେତା ଦୁର୍ଯ୍ୟଧନ ନାହାକ, ଦୁର୍ଯ୍ୟୋଧନ ପରିଡା, ପ୍ରଫୁଲ ପାଣିଗ୍ରାହୀ, ଆଇଏନଟିୟୁସିର ଭାଗିରଥି ବେହେରା, ଗଣପତି ବାରିକ, ଡି.ରାମସ୍ଵାମୀ ରେଡ୍ଡୀ, ଟି.କ୍ରିଷ୍ଣା ରେଡ୍ଡୀ, ହାଡୁ ରେଡ୍ଡୀ, ଗୋପାଳପୁର ପୋର୍ଟ ଡାକ ୱାର୍କସ ୟୁନିଅନ ର ଜି.ଏରେୟା, ଗୋପାଳପୁର ପୋର୍ଟ ମଜଦୁର ୟୁନିଅନର କେ. ଏଲେୟା, ଏଚଏମଏସର ମମତା ନାୟକ, କ୍ରାନ୍ତି ଯୁବ ସଂଗଠନର ଇଜୁ ଅମିନ ଖାନ, ଵାମସେଫର ସୁମା ଦାସ, ଏଆଇଟିୟୁସି ନେତା ସନିଆ ପ୍ରଧାନଙ୍କ ସମେତ ଶତାଧିକ ବିଭିନ୍ନ ରାଜନୈତିକ ଦଳର ନେତା ଓ ଟ୍ରେଡ଼ ୟୁନିଅନର କର୍ମକର୍ତ୍ତା ମାନେ ସାମିଲ ହୋଇ ପିକେଟିଂ କରି ବନ୍ଦ କରିବା ନିମନ୍ତେ ଅନୁରୋଧ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା






