ଛତ୍ରପୁର (ସମୃଦ୍ଧ ଓଡିଶା) ଭିଡ଼ିଓ କନ୍ଫରେନ୍ସିଂରେ ଓଡିଶା ସରକାରଙ୍କ ଗୁରୁତ୍ୱପୂର୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଭିଡ଼ିଓ କନ୍ଫରେନ୍ସିଂ ହଲ୍ରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି କ୍ୟାବିନେଟ ବୈଠକରେ ଯୋଗ ଦେଇଥିଲେ । କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଏହିପରି ବ୍ୟବସ୍ଥା ପ୍ରଥମ ଥର ପାଇଁ କରାଯାଇଥିବା ଜଣାପଡିଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା