

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ପବିତ୍ର ମହାବିଷୁବ ପଣାସଂକ୍ରାନ୍ତି, ଓଡିଶା ନବବର୍ଷ ଓ ହନୁମାନ ଜୟନ୍ତୀ ଥିଲା । ଏହି ଅବସରରେ ଗତକାଲି ଛତ୍ରପୁର ରେଡ଼ିକା ସାହି ହନୁମାନ ମୂର୍ତ୍ତି ନିକଟରେ ପଣାସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ମହାଆଡମ୍ବର ସହ ମହାସମାରୋହରେ ପାଳିତ କରାଯାଇଛି । ଏହାସହ ଅହୁମାନ ଜୟନ୍ତୀ ଅବସରରେ ହନୁମାନ ଚାଳିଶା ପାଠ କରି ଲୋକଙ୍କୁ ପ୍ରସାଦ ଓ ପଣା ବଣ୍ଟନ କରାଯାଇଥିଲା । ସନ୍ଧ୍ୟାରେ ଆଳତି ଓ ଭଜନ କୀର୍ତ୍ତନ କରି ପୂଜା ଅର୍ଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ରେଡ଼ିକା ସାହିର ଭକ୍ତମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

