

ଛତ୍ରପୁର (ସମୃଦ୍ଧ ଓଡିଶା) ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଛତ୍ରପୁର ବ୍ଳକରେ ପାଞ୍ଚ ଗୋଟି ପଞ୍ଚାୟତରେ ଦୀର୍ଘ ଦିନ ଧରି ଯେଉଁଭଳି ଭାବେ କିଡନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି ଏବଂ ଶହ ଶହ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି, କେବଳ କିଡନି ରୋଗ ହିଁ ନୁହଁ ପାରାଲିସିସ୍ କ୍ୟାନସର ଚର୍ମରୋଗ ଭଳି ବିଭିନ୍ନ ଦୁରାରୋଗ ବଢି ଚାଲିଥିବା ବେଳେ ପ୍ରଶାସନ କିମ୍ବା ସରକାର ଏହା ପ୍ରତି ଗୁରୁତ୍ୱାରୋପ କରୁନଥିବା ବେଳେ ଦିନକୁ ଦିନ ଜନଅଷୋନ୍ତଷ ବଢି ଚାଲିଛି । ଏହାକୁ ବିରୋଧ କରି ସମସ୍ତ ପଞ୍ଚାୟତର କ୍ଷତିଗ୍ରସ୍ତ ପରିବାରର ବ୍ୟକ୍ତିମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଘଣ୍ଟଯାତ୍ର ଓ ବିକ୍ଷୋଭ ପ୍ରଦର୍ଶନ କରି ସରକାରଙ୍କୁ ସମାଲୋଚନା କରିଛନ୍ତି ଓ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କର ଦାବି ଗୁଡ଼ିକ ହେଲା – କିଡନି ରୋଗ, କ୍ୟାନସର ରୋଗ ଓ ଅନ୍ୟାନ୍ୟା ଗୁରୁତର ସଂକ୍ରମଣ ରୋଗରେ ପୀଡ଼ିତ ହୋଇଥିବା ଲୋକଭ୍କୁ ସିଏସଆର ଫଣ୍ଡ୍ ଜରିଆରେ ସମସ୍ତ ବ୍ୟବସ୍ଥା କରାଯାଉ ଓ ଉକ୍ତ ପରିବାରର ଭରଣ ପୋଷଣ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଉ । ଆଇଆରଇଏଲ୍ ର ମୋନାଜାଇଟ୍ ପ୍ରକ୍ରିୟା କରଣର ବିକିରଣ ଯୋଗୁଁ ଅକାଳରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରଙ୍କୁ ୨୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇବା, ଆଇଆରଇଏଲ୍ କଲୋନୀରେ ଥିବା ସ୍ୱାସ୍ଥ୍ୟ ଚିକିତ୍ସା ଅନୁଷ୍ଠାନର ପୁନଃରୁଦ୍ଧାର କରି କିଡ଼ନୀ ରୋଗୀଙ୍କ ପାଇଁ ମାଗଣାରେ ଡ଼ାଏଲେସିସ୍ ୟୁନିଟ୍ ଖୋଲାଯିବା ବ୍ୟବସ୍ଥା କରାଯାଉ, ଆଇଆରଇଏଲର ମାଇନିଂ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ ପ୍ରକାର ଚାଷୀ, ଭାଗ ଚାଷୀ, ଦଖଲକାରୀ ଚାଷୀ ଓ ପ୍ରଭାବିତ ଚାଷୀଙ୍କ ସମସ୍ତ ବକେୟା ଟଙ୍କା ତୁରନ୍ତ ପ୍ରଦାନ କରାଯାଉ, ବହୁଳ ଭାବେ ଆକ୍ରାନ୍ତ ହୋଇଥିବା ୪ଟି ପଞ୍ଚାୟତ କାଳିପଲ୍ଲୀ, କଣମଣା, ଆର୍ଜିପଲ୍ଲୀ, ଅଗସ୍ତିନୂଆଗାଁରେ ଋଷିକୁଲ୍ୟା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ ଓ ସ୍ଥାୟୀ ଯୋଜନା ଶେଷ ହେବା ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦିଆଯାଉ, ଆଇଆରଇଏଲ୍ କରିଥିବା ବାଲ ଉତୋଳନର ସଂପୂର୍ଣ୍ଣ ଅଚଳରେ ବହୁଳ ମାତ୍ରାରେ ବୃକ୍ଷରୋପଣ କରାଯାଇ ଜଙ୍ଗଲ ସୃଷ୍ଟି କରାଯାଉ, ଆଇଆରଇଏଲର ତେଜେସ୍କ୍ରିୟ ବିକ୍ରିକରଣ ଯୋଗୁଁ ବିଶାକ୍ତ ହୋଇ ପଡ଼ିଥିବା ମାଟି, ପାଣି, ପବନ, ଜଙ୍ଗଲ, କୃଷି, ଜୀବନ ଜୀବିକାର ସୁରକ୍ଷା ପାଇଁ ଏସମସ୍ୟାର ମୂଳ ଉତ୍ସ ମୋନାଜାଇଟ୍ ପ୍ରକ୍ରିୟା କରଣକୁ ନିଷିଦ୍ଧ ଘୋଷଣା କରାଯାଉ । ଦାବିପତ୍ର ପ୍ରଦାନ ବେଳେ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ କୁମାର ଗୟା, ମନୋଜ କୁମାର ତରାଇ, ମାଗୁଣି ନାହାକ, ଏନ୍. ଏରେୟା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଏନ୍. ଦଣ୍ଡାସୀ, ଆର. ସତ୍ୟ ନାରାୟଣ, ସୁରେନ୍ଦ୍ରନାଥ ସେଠୀ, ଜୀବନ ଜୀବିକା ସୁରକ୍ଷା ମଞ୍ଚର ଆବାହକ ଗୁରୁଦେବ ବେହେରା, କ୍ରାନ୍ତି ଯୁବ ଛାତ୍ର ସଂଘର ସଭାପତି ଇଜୁ ଆମିନ ଖାନ୍, ଛତ୍ରପୁର ନଗର କଂଗ୍ରେସର ସଭାପତି ଜଲାଲ୍ ଖାନ୍, ସୁବୋଧ ସୁମନ ସ୍ୱାଇଁଙ୍କ ସମେତ ଶତାଧିକ ମହିଳା ପୁରୁଷମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


