

ଛତ୍ରପୁର (ସମୃଦ୍ଧ ଓଡିଶା) ଇସଲାମ ଧର୍ମର ପ୍ରୋଫେଟ ଗୌସ-ପାକ ରେହେମତୁଲ୍ଲାଙ୍କ ମର୍ଯ୍ୟଦାରେ ପ୍ରତ୍ୟେକ ବର୍ଷ ଇସଲାମ ଧର୍ମ ବିଶ୍ୱାସୀମାନେ ଖୁବ ଧୁମ ଧାମରେ ସେବା ଓ କଲ୍ୟାଣ ମୁଳକ କାମ କରି ଗ୍ୟାରେମି ଶରିପ୍ ଉତ୍ସବ ମନାନ୍ତି । ଏହି ଅବସରରେ ଛତ୍ରପୁର ମୁସଲମାନ ସମାଜ ପକ୍ଷରୁ ପୁତିଗୋପାଳପୁର ନିକଟସ୍ଥ ପୁରୁଣା ସିନେମାହଲ ପଡିଆରେ ସମସ୍ତେ ଏକତ୍ରିତ ହୋଇ ଏହି ପବିତ୍ର ଗ୍ୟାରେମି ଶରିପ୍ ଧର୍ମ ଉତ୍ସବ ପାଳନ ହୋଇଯାଇଛି । ଏହି ଉତ୍ସବରେ ହଜରତ ଗୌସ-ପାକଙ୍କ ବାର୍ତ୍ତା ଓ ତାଙ୍କ ଜୀବନୀ ତ୍ୟାଗ ବଳିଦାନକୁ ଚର୍ଚା ଆଲୋଚନା କରିବା ସହ ସମାଜରେ କିଭଳି ଶାନ୍ତି ଭାତୃଚାରା ପ୍ରେମ ବଢିବା ତାହା ପାଇଁ ତାଙ୍କ ଚେଷ୍ଟାକୁ ମନେ ପକାଇବା ସହ ପ୍ରାର୍ଥନା କରାଯାଇଥିଲା । ଏହି ମାସରେ ପୁଣ୍ୟ ପାଇଁ ମୁସଲମାନମାନେ ଜନ ମଙ୍ଗଳକାରି କାର୍ଯ୍ୟ କରିବା ସହ ନିଜ ନିଜ ସକ୍ଷମନୁଯାୟୀ ଘରେ ଗରିବମାନଙ୍କୁ ଖାଦ୍ୟ ବଣ୍ଟନ ସହ ଅନ୍ୟାନ୍ୟ ସହଯୋଗ ସହାୟତା ମଧ୍ୟ କରିଥାନ୍ତି । ଏହି ଅବସରରେ ଛତ୍ରପୁର ମସଜିଦ ଧର୍ମଗୁରୁ ଏମ୍ ଡି ଜୁଲଫିକର, ମସଜିଦ୍ ପ୍ରେସିଡ଼େଣ୍ଟ୍ କମରୁଲ୍ ହକ୍କ୍, ମହମ୍ମଦ ଇଶୁବ୍ ଖାନ୍, ଆଫତାବ୍ ହୁସନ୍, ଆଫ୍ରୋଜ୍ ଖାନ୍, ଜାକିର ଖାନ୍, ଆୟିବ୍ ଖାନ ଏବଂ ମସଜିଦ କମିଟି ସଦସ୍ୟ ହସରତ ଅଲ୍ଲି, ସେକ୍ ଶାହିଲ୍, ଅବଦୁଲ ଜାଫର, ନଜିର୍ ଶରିଫ, ସେକ୍ ଇମତିଆଜ୍ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
