

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ସଫଳ ଅନୁଭୂତି ହେଉଛି । ଛତ୍ରପୁର ବିଭିନ୍ନ ସଂଗଠନ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରିଥିଲେ । ଛତ୍ରପୁର ଉପଜିଲ୍ଲାପାଳ କାଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କିନ୍ତୁ ଛତ୍ରପୁରରେ କିଛି କିଛି ଯାଗାରେ ଦୋକାନ ବଜାର ଖଲା ଥିବାବେଳେ କାର୍ଯ୍ୟାଳୟ ବନ୍ଦ ଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କର ନୂତନ ବିଲ୍ ପ୍ରତ୍ୟାହାର ଦାବି କରିଥିଲେ । ପରେ ଛତ୍ରପୁର ଉପଜିଲ୍ଲାପାଳ କାଯାଳୟ ସମ୍ମୁଖରେ ନରେନ୍ଦ୍ର ମୋଦିଙ୍କ ଫଟୋ ଚିତ୍ରକୁ ଦାହା କରିଥିଲେ । କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଫଟୋ ଚିତ୍ରକୁ ଦାହା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍କଳ ରାଜ୍ୟର ମହିଳାସମିତି ସଭାନେତ୍ରୀ ଏନ.ଭାନୁମତି ରେଡି, ହେଚ୍ ଏମଏସ ମମତା ନାୟକ, ରୁଶୃକୁଲିଆ ମହାସଭାର ସମ୍ପାଦକ ସିମାଥଁଳ ନାହକ, ବହୁଜନ କାନ୍ତି ମଚାର ଜିଲ୍ଲା ସଭାପତି ସୁମା ଦାସ, ସୃଦଶନ ପାତ୍ର, ରମେଶ କର, ଇଜୁ ଖାନ୍, କଂଗ୍ରେସ ସଭାପତି ଭାଗିରଥି ବେହେରା, ବି.ରାମ ସୂଆମି, ଗଣପତି ବାରିକ, ସିପିଆଇ ନେତା ନୀଳକଣ୍ଠ ଦାସ, ଡି.ଆଦିନାରାୟଣ ରେଡି, ଏନ.କିଷାନା ରେଡି, ଏନ.ଗିରିଜା ପ୍ରସାଦ ରେଡି, ଛତ୍ରପୁର ଶ୍ରମିକ ସଙ୍ଗଠନ ନେତା କେଶବ ନାହକ, କୃଷକ ନେତା ସତ୍ୟ ନାରାୟଣ ରେଡି, ସିମାଞ୍ଚଳ ସାହୁ, ଦୁଜଧନ ନାହକ ପ୍ରମୂଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

