



ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ପୋଲିସ ପଡ଼ିଆରେ ୫୬ତମ ହୋମଗାର୍ଡ଼ ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଯୋଗଦେଇ ହୋମଗାର୍ଡ ମାନଙ୍କର ପୋଲିସ ବିଭାଗରେ ନିଷ୍ଠାପର କର୍ତ୍ତବ୍ୟ ଉପରେ ସମ୍ୟକ ସୂଚନା ଦେଇ ସେମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ଅବହେଳା କଲେ ପୋଲିସ ପ୍ରଶାସନ ସମ୍ପୂର୍ଣ ଅକାମୀ ହୋଇ ପଡିବ ବୋଲି ମତବ୍ୟକ୍ତ କରି ହୋମଗାର୍ଡ ଦିବସରେ ସେମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ପ୍ରତି ଉତ୍ସାହିତ କରିଥିଲେ । ଗୃହରକ୍ଷୀବାହିନୀ ପୋଲିସ ବିଭାଗର ଏକ ଅବିଛେଦ୍ୟ ଅଙ୍ଗ ବୋଲି ସମ୍ବୋଧନ କରି ଗୃହରକ୍ଷୀମାନଙ୍କ କର୍ତବ୍ୟପରାୟଣତା ଯୋଗୁଁ ପୋଲିସ ବିଭାଗ ଲୋକାଭିମୁଖୀ ହୋଇପାରିଛି ତେଣୁ ସେମାନଙ୍କ ଦାୟିତ୍ୱକୁ ଆହୁରି ବିଶ୍ୱସନୀୟ କରିବାକୁ ପରାମର୍ଶ ଦେଇଥିଲେ । ପୁଣି ଜିଲ୍ଲାର ଗୃହରକ୍ଷୀ ବାହିନୀ ଗତ ତିତଲି ବାତ୍ୟା ବନ୍ୟା ସମୟରେ ଲୋକଙ୍କୁ ଅତୁଳନୀୟ ସେବା କରିଥିବାରୁ ସେମାନଙ୍କୁ ପ୍ରଶଂସା କରିଥିଲେ । ଏସପି ରାଏ ଗୃହରକ୍ଷୀ ବାହିନୀଙ୍କ ପାଇଁ ଓଡ଼ିଶାର ମହାମୟିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କ ବାର୍ତ୍ତାକୁ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡିଏସପି ହେଡକ୍ୱାଟର ଦିଲ୍ଲୀପ ଦାସ, ଡିଏସପି କେଶବ ଚନ୍ଦ୍ର ବେହେରା, ସାମୁଏଲ ପ୍ରଧାନ, ଛତ୍ରପୁର ଏସଡିପିଓ ରମେଶ ଚନ୍ଦ୍ର ସେଠୀ, ଗଞ୍ଜାମ ପୁଲିସ ଆରଆଇ ସୁବଳ ସୋରେନ, ଆସିଷ୍ଟାଂଟ କମାଣ୍ଡାଂଟ ଜିତେନ୍ଦ୍ର କୁମାର ଦେହୁରୀ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାଧିକାରୀ ବିଶୋଜ୍ କୁମାର ରାଉତରାୟ, ଚମାଖଣ୍ଡି ଥାନାଧିକାରୀ ଚିତରଂଜନ ବେହେରା, ଇନିସପେକ୍ଟର ଭବାନୀ ପ୍ରଧାନ ଓ ଶର୍ମିଷ୍ଠା ପ୍ରଧାନ, ଗଂଜାମ ପୋଲିସ ଜିଲ୍ଲାର ହାବିଲଦାର ଓ କନଷ୍ଟେବଲ ସଂଘର ସଭାପତି ଅଭିମନ୍ୟୁ ଜାଲି, ସମ୍ପାଦକ ସୁବାସ ସେଠୀ, ଛତ୍ରପୁର ଓକିଲ ସଂଘ ସଭାପତି କେ.ଶିବରାମ ରେଡ୍ଡି, ସମ୍ପାଦକ ଏସ.ଶ୍ୟାମ କୁମାର, ପୁଲିସ ହାଇସ୍କୁଲର ପ୍ରଧାନଶିକ୍ଷକ ଭାଗିରଥୀ ସ୍ୱାଇଁ, ଏ.ରାବଣା ରାଓଙ୍କ ସମେତ ଛତ୍ରପୁର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ହୋମଗାର୍ଡ଼ ପର୍ଶୁରାମ ରେଡ୍ଡି ଓ ପ୍ରଶାନ୍ତ କୁମାର ନନ୍ଦ ପ୍ୟାରେଡ ପରିଚାଳନା କରିଥିଲେ । ସନ୍ଧ୍ୟାରେ ରିଜର୍ଭ କାର୍ଯ୍ୟାଳୟ ପରିସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରେଷ୍ଠ ୪ ଜଣ ଗୃହରକ୍ଷୀ ବାହିନୀଙ୍କୁ ଗଞ୍ଜାମ ଏସପି ରାଏ, ଜିଲ୍ଲାପାଳ, ଡି ଆ ଇ ଜି, ପୁରସ୍କାର ପ୍ରଦାନ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା






