

ଛତ୍ରପୁର (ସମୃଦ୍ଧ ଓଡିଶା) ଐତିହ୍ୟ ସହର ଛତ୍ରପୁରରେ ଗତ ୨୪ତାରିଖ ଠାରୁ ଲାଗି ରହିଥିବା ପ୍ରଥମ ଜିଲ୍ଲାସ୍ତରୀୟ ଲୋକକଳ ମହୋତ୍ସବ ଶେଷ ହୋଇଯାଇଛି । ଏହି ଅବସରରେ ସନ୍ଧ୍ୟାରେ ଦାସକାଠୀ, ଆଧୁନ୍ଖଳ ନୃତ୍ୟ, ଗାହାଣ, ଟାଏକୋଣ୍ଡ, ଓଡିଶୀ ନୃତ୍ୟ , ଛଉନୃତ୍ୟ ଓ ମୟୁରଭଞ୍ଜ ନୃତ୍ୟ ପରିବେଶଣ ହୋଇଥିଲା । ଏହି ସନ୍ଧ୍ୟା କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ, ଗଞ୍ଜାମ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେ, ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଡୁଡା ପିଡି ସବ୍ୟସାଚୀ ହୋତା, ଛତ୍ରପୁର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଡେପୁଟି କଲେକ୍ଟର ଡଃ.ଦିବ୍ୟ ଲୋଚନ ମହନ୍ତ ଓ ବିଜୟାନନ୍ଦ ସେଠୀ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଞ୍ଜୟ ରେଡ୍ଡୀ, ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଜ୍ଞାନପ୍ରିୟ କାନୁନଗୋ, ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥୀମାନେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ଶେଷରେ ମୋନା ଭଟ୍ଟ ଓ ସ୍ୱୟଂ ପାଢୀ ଓ ତାଙ୍କ ଟିମ୍ ପକ୍ଷରୁ ମେଗା ସୋ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ ସଂଯୋଜନା କରିଛନ୍ତି । ଏହି ଅବସରରେ ପଲ୍ଲିଶ୍ରୀ ଓ ପୁସ୍ତକ ମେଳାରେ କୁନି କୁନି ପିଲାମାନଙ୍କ ଠାରୁ ଆରମ୍ଭ କରି ବହୁ ଜନସାଧାରଣ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଜିଲ୍ଲାସ୍ତରୀୟ ଅଫିସର ଏବଂ ପୋଲିସ ଅଧିକାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲାର ସ୍ୱତନ୍ତ୍ର ଅଧିକାରୀ ନିମାଇଁ ଚରଣ ପଣ୍ଡା






