


ଛତ୍ରପୁର (ସମୃଦ୍ଧ ଓଡିଶା) ଆଉ ଦୁଇ ଦିନ ପରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ବିଭିନ୍ନ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ନିମନ୍ତେ ଜୋରସୋରରେ ବିଭିନ୍ନ ପ୍ରକାରର ପ୍ରସ୍ତୁତି ଚାଲିଛି । ଏହି ଅବସରରେ ଆଜି ଛତ୍ରପୁର ନିକଟସ୍ଥ ତାଡିପୁଲି ଜଗନ୍ନାଥ ମନ୍ଦିରରେ ନେତ୍ର ଉତ୍ସବ ଓ ରଥ ପୂଜା ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି ସୁଶାନ୍ତ ସାବତ ଓ ତାଙ୍କ ଧର୍ମପତ୍ନୀ ପରଭାଶିନୀ ସାବତ । ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟି ମୁଖ୍ୟ ଓ ପୂଜାରୀଙ୍କ ସମେତ ବହୁ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






