

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରଜତ ଜୟନ୍ତୀ ବର୍ଷରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ନଗରର ବିଭିନ୍ନ ସ୍ଥାନରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏନସିସି ଓ ସ୍କାଉଟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବହୁ ସଂଖ୍ୟାରେ ବୃକ୍ଷରୋପଣ କରାଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଦକ୍ଷିଣପୂର୍ବ ସଂଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଏଵଂ ବିଦ୍ୟାଳୟ ପ୍ରଧାନାଚାର୍ଯ୍ୟ ରଵିନ୍ଦ୍ରନାଥ ଦାଶଙ୍କ କରକମଳରେ ଉଦଘାଟିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଟି. ସୁରେଶ କୁମାର ଆଚାରୀ, ସୁକାନ୍ତ କୁମାର ସାହୁ, ସୋମନାଥ ନାହାକ, ରମେଶ ନାହାକ, ପୁର୍ଣ୍ଣଜୟ ଜେନା, ଅମିତ୍ ତ୍ରିପାଠୀ, ନିହାର ରଞ୍ଜନ ମିଶ୍ର ଗୁରୁଜୀ ମାନଙ୍କ ସମେତ ମମତା ପଟ୍ଟନାୟକ ଓ ଚିନ୍ମୟୀ ପଟ୍ଟନାୟକ ଗୁରୁମା ସାହାଯ୍ୟ କରିଥିଲେ । ଏହାସହ ଏହି କାର୍ଯ୍ୟକ୍ରମରେ ଵିଦ୍ୟାଳୟର ପରିଚାଳନା ସମିତିର ସଦସ୍ୟ ସଦସ୍ୟା, ସେବକ, ସେବିକା ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
