


ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଆଇଟିଆଇ ପରିସରରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇଯାଇଛି । ଏଥିରେ ଆଇଟିଆଇ ପ୍ରିନ୍ସିପାଲ ଇ.ମନ୍ମଥ କୁମାର ମାଝୀ ଅଧ୍ୟକ୍ଷତା କରିଥିଲେ । ଏହାସହ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଏମ.ଧନୁଞ୍ଜୟ ରେଡ୍ଡୀ ଯୋଗଦେଇ ସରକାରଙ୍କ ବିଭିନ୍ନ ସ୍କିଲ ଡେଭଲପମେଣ୍ଟ ମନ୍ତବ୍ୟ ଦେବା ସହ ଛାତ୍ରଛାତ୍ରୀମାନେ ଆଗକୁ ଆସି ଏଥିରେ ସାମିଲ ହୋଇ ରୋଜଗାର କ୍ଷମ ହେବାକୁ କହିଥିଲେ । ମୁଖ୍ୟବକ୍ତା ଭାବେ ଗୋପାଳପୁର ପୋର୍ଟ ଡିଜିଏମ ଇ.ଜିତୁ ବେହେରା ଯୋଗଦେଇ ଦକ୍ଷତା ବିକାଶର ପ୍ରଥମ ସୋପାନ ଆଇଟିଆଇରୁ ହିଁ ଆରମ୍ଭ ହୋଇଥାଏ ବୋଲି କହିଥିଲେ । ଏହି ତାଲିମ କେନ୍ଦ୍ରରୁ ବହୁ ଛାତ୍ରଛାତ୍ରୀ ତାଲିମ ନେଇ ରାଜ୍ୟ ବାହାରକୁ ଯାଇ ଭଲ ରୋଜଗାର କରୁଛନ୍ତି । ସେମାନେ ଏହି ତାଲିମ କେନ୍ଦ୍ର ପାଇଁ ଗୋଟିଏ ଗୋଟିଏ ରୋଲ ମଡେଲ ବୋଲି ପ୍ରିନ୍ସିପାଲ ଇ.ମନ୍ମଥ କୁମାର ମାଝୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ନିୟୋଜନ ନିର୍ଦ୍ଦେଶକ ଆର.ଏମ. ଖିଲୋନା ଏଟିଓ ବିଶ୍ଵନାଥ ପ୍ରତାପ ସିଂ ମଂଚାସୀନ ରହିଥିଲେ । ଏହି ଅବସରରେ ତାଲିମ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକମାନେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



