ଛତ୍ରପୁର ଆଞ୍ଚଳିକ ପରିଷଦ ବୈଠକ ଭାରତୀୟ କମ୍ୟୁନିଷ୍ଟ ପାର୍ଟି …

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଆଞ୍ଚଳିକ ପରିଷଦ ବୈଠକ ସାଥି ସିକନ୍ଦର ଖାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ଏଜେଣ୍ଡା ଉପରେ ଆଲୋଚନା ହୋଇଥିଲା । ଗତ ତିତିଲି ବାତ୍ୟା ବନ୍ୟାରେ ପ୍ରପୀଡିତ ଅଞ୍ଚଳରେ ସମୀକ୍ଷା କରି ବିଭିନ୍ନ ପଞ୍ଚାୟତରେ ହୋଇଥିବା କ୍ଷୟକ୍ଷତି ଠିକ ଭାବରେ ସରକାର ତୁରନ୍ତ ଆନ୍ଦୋଳନ କରି ଯୋଗାଇବା ପାଇଁ ଅନୁରୋଧ କରାଗଲା । ୨୦୧୯ରେ ହେବାକୁ ଥିବା ସାଂସଦ ଓ ବିଧାନ ସଭା ନିର୍ଵାଚନ ଉପରେ ଆଲୋଚନା କରାଯାଇ ପାର୍ଟି ତରଫରୁ ଛତ୍ରପୁର ବିଧାନ ସଭା ଆସନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ନିଷ୍ପତି । ଛତ୍ରପୁର ବ୍ଲକର ପୋଟଲାମପୁର ପଞ୍ଚାୟତରେ ଥିବା ମୁନିସପେଣ୍ଠ ନିକଟ ଋଷିକୂଲ୍ୟା ନଦୀର କଂସାରି ଗଣ୍ଡ ଦେଇ ବୋହୁଥିବା ନଦୀ ବନ୍ଧା ରାସ୍ତାକୁ ପ୍ରଶସ୍ତ କରିବା ପାଇଁ ସରକାରଙ୍କୁ ଆବେଦନ କରିବା ପାଇଁ ନିଷ୍ପତି କରାଗଲା । ଏହା ସଙ୍ଗେ ସଙ୍ଗେ ଉପର ମୁଣ୍ଡରେ ଆନିକାଟୁ ଅତିଶୀଘ୍ର ଯୁଦ୍ଧକାଳୀନ ଭିତ୍ତିରେ ତିଆରି କରିବାକୁ ସରକାରଙ୍କୁ ଦାବିପତ୍ର ଦେବା ପାଇଁ ନିଷ୍ପତି ନେବା ସଙ୍ଗେ ସଙ୍ଗେ ପାର୍ଟିର ସମସ୍ତ ଶାଖାରେ ବାର୍ଷିକ ସମ୍ମିଳନୀ ବହୁ ଆଡମ୍ବରରେ କରିବା ପାଇଁ ନିଷ୍ପତି ସହ ତାରିଖ ଧାର୍ଯ୍ୟ କରାଗଲା । ଏହି ପରିଷଦ ବୈଠକରେ ଜିଲ୍ଲା ସମ୍ପାଦକ ସାଥି ପ୍ରକାଶ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଗୋକୁଳ ପଣ୍ଡା, ସାଥି ସମ୍ପାଦକ ଏସ. କ୍ରିକ୍ଷ୍ଟ। ରେଡ୍ଡୀ, ଡି. ଆଦିନାରାୟଣ ରେଡ୍ଡୀ, ଏସ.କାନ୍ତାୟା ରେଡ୍ଡୀ, ଦୁର୍ଯ୍ୟଧନ ପରିଡା, ଈଶ୍ୱର ଖୁଣ୍ଟିଆ, ରେଜେନ୍ଦ୍ର ନାହାକ, ବିଜୟ ପ୍ରଧାନ, ପି. ଵାଲା ରେଡ୍ଡୀ, ପି. ନାରାୟଣ ରେଡ୍ଡୀ ସମେତ ବିଭିନ୍ନ ସାଥି ଯୋଗ ଦେଇଥିଲେ । ଜିଲ୍ଲା ଛାତ୍ରସଂଘ ସଭାପତି କାମଦେବ ନାହାକ ଯୋଗ ଦେଇଥିଲେ । ଶେଷରେ ସାଥି ପ୍ରଫୁଲ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା