

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଆଞ୍ଚଳିକ ବିଶ୍ଵକର୍ମା କାରିଗର ସଂଘ ପକ୍ଷରୁ କୋରନା କଟକଣାରେ ପାଳିଲେ ବିଶ୍ଵକର୍ମା ପୂଜା । ପ୍ରତେକ ବର୍ଷ ପରି ଏବର୍ଷ ମଧ୍ୟ କୋଭିଡ କଟକଣାକୁ ମାନି ଛତ୍ରପୁର ନିକଟସ୍ଥ ହଂସପୁର ଠାରେ ଛତ୍ରପୁର ଆଞ୍ଚଳିକ ବିଶ୍ଵକର୍ମା କାରିଗର ସଂଘ ତରଫରୁ ମହା ସମାରୋହରେ ପାଳିତ ହୋଇଯାଇଛି । ପବିତ୍ର ସଂକ୍ରାନ୍ତି ଓ ଏକାଦଶୀରେ ବିଶ୍ଵକର୍ମା ପୂଜା, ହୋମ, ଯଜ୍ଞ, ପୁଷ୍ପାଞ୍ଜଳୀ, ଆଳତୀ, ଅନୁଷ୍ଠିତ ହୋଇଥିଲା । ପୂର୍ବଭଳି ସମସ୍ତ ମହାରଣାମାନେ ସହଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ ଛତ୍ରପୁରର ଜଣା ସୁଣା ସମାଜସେବୀ ଭାଷ୍କର ମହାରଣା ମଧ୍ୟ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା