

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଆଥଲେଟିକ ଆସୋସିଏସନ ପକ୍ଷରୁ ବିଶିଷ୍ଟ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଅବସରରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ପି ଏନ୍ ୟୁ ଏ ମହାବିଦ୍ୟାଳୟ ପରିସରରେ ସୁବର୍ଣ୍ଣ ମାଳା ବିଷୋୟୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତି ଚାରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖୋ ଖୋ କୋଚ ସୁଶାନ୍ତ ନାୟକ, ସମାଜସେବୀ ମୁକ୍ତାର ଅହମ୍ମଦ ଓ ଏ ରାବଣା ରାଓ, ବ୍ୟବସାୟୀ ସଂଘ ସଭାପତି ବି ରାଜୁବାବୁ, ଶ୍ରୀକାନ୍ତ ମହାନ୍ତି, ସରୋଜ ପାଢୀ, ଅନୀତା ମିଶ୍ର, ରବିନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


