

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଆଜି ଛତ୍ରପୁର ଲକ୍ଷ୍ମଣ ଭବନ ଠାରେ ଏକ ମାସିକ କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୌଠକରେ ସଂଘର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିବା ସହ ହକରସ୍ ମାନଙ୍କ ପାଇଁ ସରକାରଙ୍କ ହୋଇଥିବା ବିଭିନ୍ନ ଯୋଜନାର କିଭଳି ଲାଭବାନ ହୋଇପାରିବେ, ଲୋନ କିଭଳି ପାଇପାରିବେ ଏ ସମସ୍ତ ପ୍ରସଙ୍ଗ ଉପରେ ସଂଘ ପକ୍ଷରୁ ଆଲୋଚନା ହୋଇଥିଲା ଏବଂ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜି ଛତ୍ରପୁର ସହରର ସମସ୍ତ ପରିବା ବ୍ୟବସାୟୀ ବିକ୍ରି ବନ୍ଦ ରହିଥିଲା । ଆଜି ବୌଠକରେ ସଂଘ ସଭାପତି ନାରାୟଣ ରେଡି ଉପ-ସଭାପତି ଇଜୁ ଅମିନ ଖାନ, ସଂପାଦକ ଲାଛନା ରାଓ, ସହ ସଂପାଦକ ଖଗେଶ୍ବର ବେହେରା, କୋଷାଧ୍ୟକ୍ଷ ପ୍ରତାପ ରେଡି ଏବଂ ଏସ୍ କ୍ରୀଷ୍ଣା ରେଡି ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା