ଛତ୍ରପୁର (ସମୃଦ୍ଧ ଓଡିଶା) ବୁଧବାର ଅପରାହ୍ନ ସଂଧ୍ୟାରେ ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ କାର୍ଯ୍ୟକାରୀଣି କମିଟି ସଦସ୍ୟମାନଙ୍କୁ ନେଇ ଛତ୍ରପୁର ଅପରବସଷ୍ଟାଣ୍ଡ ନିକଟସ୍ଥ ପରିବା ମାର୍କେଟ ପାଖେ ସଂଗଠନିକ କାର୍ଯ୍ୟପନ୍ଥାକୁ ନେଇ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ପ୍ରତି ମାସ ସଂକ୍ରାନ୍ତିରେ ଛତ୍ରପୁର ଅଞ୍ଚଳର ସମସ୍ତ ପରିବା ବିକ୍ରି ବନ୍ଦ ରହିବା ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଏହି ବୌଠକରେ ସଂଘ ସଭାପତି ପୂର୍ବତନ ବିଧାୟକ ନାରାୟଣ ରେଡି, ଉପସଭାପତି ଇଜୁ ଅମିନ ଖାନ, ସମ୍ପାଦକ ଲଛମନ ରେଡି, ଶ୍ରମିକ ନେତା ସାଲ କ୍ରୀଷ୍ଣା, ଶିବ ସାହୁ, ନାଗା ରେଡି, କୃଷ୍ଣ ବେହେରା, ରିନା ପଣ୍ଡା, ବୁଲି ରେଡି ଓ ଶିବାନନ୍ଦ ବେହେରା ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ରହି ଚୁଡାନ୍ତ କରାଯାଇଥିଲା ବୋଲି ଛତ୍ରପୁର ଉଠାଦୋକାନୀ ସଂଘର ଉପ-ସଭାପତି ଇଜୁ ଆମିନ ଖାନ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା