


ଛତ୍ରପୁର (ସମୃଦ୍ଧ ଓଡିଶା) All India True Christian Council ପକ୍ଷରୁ ଛତ୍ରପୁର ଉପକାରାଗାରରେ ଏକ ସଚେତନତା କାର୍ଯ୍ୟକ୍ରମ ଜେଲର ଅନ୍ତେବାସୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଅନ୍ତେବାସୀମାନେ ପରସ୍ପରକୁ ଭଲ ପାଇବା, ସ୍ନେହ ଶାନ୍ତିରେ ରହିବା, ମାନସିକ ଶାନ୍ତି ଲାଭ କରିବା, ସମାଜରେ ଏକ ଶୃଙ୍ଖଳିତ ଓ ସୁସ୍ଥ ଜୀବନ ଜାପନ କରିବା ନିମନ୍ତେ ସେମାନଙ୍କୁ ଏହି ଅନୁଷ୍ଠାନ ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଫୁଲ କୁମାର କବି, ନିଳାଞ୍ଚଳ ପଣ୍ଡା ଓ କାରାଗାରର କର୍ମଚାରୀମାନେ ସହଯୋଗ କରିଥିଲେ । ଅନୁଷ୍ଠାନର ସଦସ୍ୟ ବିଶ୍ୱନାଥ ପ୍ରଧାନ, ଆର ଗୋପୀ, ଆର ରାଜା ରାଓ, ସୁରେଶ, କୈଳାସ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


