ଛତ୍ରପୁର ଉପଖଣ୍ଡର ରାଜସ୍ୱ ସମୀକ୍ଷା ବୈଠକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଉପଖଣ୍ଡର ରାଜସ୍ୱ ସମୀକ୍ଷା ବୈଠକ ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉପଖଣ୍ଡର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର ଉପସ୍ଥିତ ଥିଲେ l ନିଜ ନିଜ ଅଞ୍ଚଳର ବନ୍ଦ ଥିବା ବାଲି ଖାଦାନ ଏବଂ ପଥର ଖାଦାନକୁ ତୁରନ୍ତ ଚାଲୁ କରିବା ନିମନ୍ତେ ବିଜ୍ଞପ୍ତି ଜାରିକରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଶ୍ରୀଯୁକ୍ତ ଭୋଇ ତାଗିଦ୍ କରିଥିଲେ l ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ରାଜସ୍ଵ ଏବଂ ଡିସିବି ଲକ୍ଷ୍ୟ ଶତପ୍ରତିଶତ ଭାବେ ପୁରାଣ କରିବା ପାଇଁ ସମସ୍ତ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ସରକାରୀ ଜମି ଅବରୋଧ ଚି଼ହ୍ନଟ କରି ତାର ସୁରକ୍ଷା ନିମନ୍ତେ ଗୁରୁତ୍ୱ ଦେଇଥିଲେ l ଲଘୁ ଖଣିଖାଦନର ସୁଚାରୁ ପରିଦର୍ଶନ କରି ବେଆଇନ ଆମଦାନୀ ଓ ରପ୍ତାନି ଉପରେ ତୀକ୍ଷଣ ଦୃଷ୍ଟି ଦେବା ପାଇଁ ପରାମର୍ଶ ଦେଇଥିଲେ l ବକେୟା ବେବନ୍ଦୋବସ୍ତ ଏବଂ ଗ୍ରାମକଣ୍ଠ କେସ୍ ଗୁଡ଼ିକୁ ତ୍ୱରାନ୍ୱିତ କରି ହିତାଧିକାରୀ ମାନଙ୍କୁ ଶୀଘ୍ର ପଟା ପ୍ରଦାନ କରିବାକୁ ଜୋର୍ ଦେଇଥିଲେ l ଦାଖଲ ଖାରଜ ମାମଲାରେ ସମୟାନୁବର୍ତ୍ତିତା ହୋଇ ଧାର୍ଯ୍ୟ ସମୟରେ ଫଇସଲା କରିବାକୁ ଆଦେଶ ଦେଇଥିଲେ l ସହରାଞ୍ଚଳର ବସ୍ତିବାସିନ୍ଦାଙ୍କ ଥଇଥାନ ନିମନ୍ତେ ବକେୟା ଥିବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ହିତାଧିକାରୀ ମାନେ ଯେପରି ସମସ୍ତ ସୁବିଧା ଉପଲବ୍ଧ କରିପାରିବେ ସେଥିପାଇଁ ଧ୍ୟାନ ଦେବାପାଇଁ ଶ୍ରୀ ଭୋଇ ପରାମର୍ଶ ଦେଇଥିଲେ l ସରକାରଙ୍କ 5ଟି ଓ ମୋ ସରକାର କାର୍ଯ୍ୟକ୍ରମକୁ ସୁଚାରୁରୂପେ ଅନୁପାଳନ କରି ଜନସାଧାରଣଙ୍କ ସର୍ବାଙ୍ଗୀନ ସୁବିଧା ଦେବା ଦିଗରେ ଗୁରୁତ୍ୱ ଆରୋପ କରିଥିଲେ l ରାଜସ୍ୱ ରଥ ଓ ମୋ ଗାଁରେ ତହସିଲ ମାଧ୍ୟମରେ ରାଜସ୍ୱ ସେବା ଜନସାଧାରଣଙ୍କ ନିକଟରେ ପହଁଚାଇବା ନିମନ୍ତେ ଆଲୋଚନା ହୋଇଥିଲା l ସମସ୍ତ ସରକାରୀ ତଥା ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡିକର ପଟା ତୁରନ୍ତ ପ୍ରଦାନ ନିମନ୍ତେ ଶ୍ରୀ ଭୋଇ ଗୁରୁତ୍ୱ ଦେଇଥିଲେ l ପ୍ରାକୃତିକ ଦୃଘଟଣା ଜନିତ ଆର୍ଥିକ ସହାୟତା ତୁରନ୍ତ ସରକାରଙ୍କ ଧାର୍ଯ୍ୟ ଅନୁଯାଇ ହିତାଧିକାରୀଙ୍କ ନିକଟରେ ପହଁଚାଇବା ନିମନ୍ତେ ସମସ୍ତ ପଦକ୍ଷେପ ଯଥାଶୀଘ୍ର ଗ୍ରହଣ କରିବା ନିମନ୍ତେ ଉପଜିଲ୍ଲାପାଳ ଗୁରୁତ୍ୱ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ ଅଶୋକ କୁମାର ପ୍ରଧାନ, ବିକ୍ରମ କୁମାର ଦୋରା, ବିଭାଗୀୟ ଅଧିକାରୀ ପ୍ରଶାନ୍ତ କୁମାର ଶତପଥୀ ଏବଂ ବରିଷ୍ଠ ରାଜସ୍ୱ ସହାୟକ ମଧୁସ୍ମିତା ନାୟକ ଉପସ୍ଥିତ ଥିଲେ l

ରିପୋର୍ଟ : ନିମାଇଁ ଚରଣ ପଣ୍ଡା