

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସପି ବ୍ରଜେଶ କୁମାର ରାୟ ଛତ୍ରପୁର ଏନଏସି ପକ୍ଷରୁ କରାଯାଇଥିବା ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଛତ୍ରପୁର ଏନଏସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ୧ହଜାରରୁ ଉର୍ଦ୍ଧ୍ୱ ଚାରାରୋପଣ ପାଇଁ ଚଳିତ ବର୍ଷ ନିଷ୍ପତି ନିଆଯାଇଥିଲା ଗତକାଲି ଏହାର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ଡୁଡ଼ା ପିଡି ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍. ଗଣେଶ ବାବୁଙ୍କ ସମେତ ଏନଏସିର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ବାସଭବନ ସମ୍ମୁଖ ରାସ୍ତା, ସର୍କିଟ୍ ହାଉସ୍ ସମ୍ମୁଖ ରାସ୍ତା ଏବଂ ଭିଆଇପି ରୋଡରେ ବିଭିନ୍ନ କିସମର ଚାରାରୋପଣ କରିଥିଲେ । ଏହାର କିପରି ରକ୍ଷଣାବେକ୍ଷଣ କରାଯାଇ ପାରିବ ସେଥି ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଏଥିରେ ସମସ୍ତ ଏନଏସି ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା








