

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଛତ୍ରପୁର ଏନଏସି ପକ୍ଷରୁ ସ୍ୱଛତା ଓ କରୋନା ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନଏସିର ପ୍ରଶାସନିକ ଅଧିକାରୀ ତଥା ଡିଆରଡ଼ିଏ ପିଡ଼ି ସିନ୍ଦେ ତତ୍ତlତ୍ରୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଷ ବାବୁଙ୍କ ସମେତ ବହୁ ଅଧିକାରୀ ଏନଏସି କର୍ମଚାରୀମାନେ ସାଇକେଲ ରାଲିରେ ସାମିଲ ହୋଇ ଏନଏସି କାର୍ଯ୍ୟାଳୟ ଠାରୁ ବାହାରି ଲୋଏର ବସଷ୍ଟାଣ୍ଡ ଦେଇ ଛତ୍ରପୁର ସହର ପରିକ୍ରମା କରି ଲୋକମାନଙ୍କୁ ସ୍ୱଚ୍ଛତା ଓ କରୋନା ଉପରେ ସଚେତନତା କରାଇଥିଲେ l ଏହାସହ ଏହି ରାଲିରେ କୋଭିଡ ସଖି, କୋଭିଡ ମନିଟର ଏବଂ ସ୍ୱଚ୍ଛସାଥି ମାନେ ମଧ୍ୟ ସାମିଲ ହୋଇ ଲୋକଙ୍କ ନିକଟରେ କରୋନା ସଚେତନତା ବାର୍ତ୍ତା ପହଞ୍ଚାଇ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
