ଛତ୍ରପୁର (ସମୃଦ୍ଧ ଓଡିଶା) ଓକିଲମାନଙ୍କ ବିଭିନ୍ନ ସାମାଜିକ ଦାବି ନେଇ ରାଜ୍ୟ ବାର୍ କାଉନସିଲ ଡ଼ାକରାରେ ଛତ୍ରପୁର ଓକିଲ ସଂଘ ପକ୍ଷରୁ ଓକିଲମାନଙ୍କର ୫ ଦଫା ଦାବି ନେଇ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗତକାଲି ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବି ହେଲା ଭାରତ ବର୍ଷର ପ୍ରତ୍ୟେକ ବାର ଏସୋସିଏସନ୍ ପାଇଁ ଅତ୍ୟାବଶ୍ୟକୀୟ ଗୃହ ସରଞ୍ଜାମ, ଲାଇବ୍ରେରୀ ଇଂଟରନ୍ୟାଟ୍, ଟଇଲେଟ୍ ଓ ବିଶେଷ କରି ମହିଳା ଓକିଲମାନଙ୍କ ପାଇଁ ଆବଶ୍ୟକୀୟ ୱାସ୍ ରୁମ୍ ବ୍ୟବସ୍ଥା କରିବା ସମେତ ୫ଦଫା ଦାବି ରହିଛି । ଏହି ସ୍ମାରକପତ୍ର ପ୍ରଦାନ ବେଳେ ଓକିଲ ସଂଘର ସଭାପତି କେ. ଶିବରାମ ରେଡ୍ଡି, ସାଧାରଣ ସମ୍ପାଦକ ଏସ୍. ଶ୍ୟାମ କୁମାର, ପୂର୍ବତନ ସଭାପତି ରାମଚନ୍ଦ୍ର ବେହେରା, ମନୋଜ କୁମାର ବେହେରା, ବୈରବି ପଟ୍ଟନାୟକ, ପଦ୍ମଚରଣ ସାହୁ, ବିଜୟ କୁମାର ପଲେଇ, ଶଶିଭୂଷଣ ପଟ୍ଟନାୟକ, ବିଘ୍ନେଶ୍ୱର ମିଶ୍ର, ଲୋକନାଥ ରେଡ୍ଡି, ମୋହନ ରେଡ୍ଡି, କୈଳାଶ ପଲେଇ, ଲକ୍ଷ୍ମଣ ପଣ୍ଡା, ରାମକୃଷ୍ଣ ଦାଶଙ୍କ ସମେତ ବହୁ ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା