

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସିଭିଲ କୋର୍ଟ ପରିସରରେ ଛତ୍ରପୁର ଓକିଲ ସଂଘ ପକ୍ଷରୁ ବ୍ରହ୍ମପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ଆନ୍ଦୋଳନ କରାଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ପ୍ରତି ମାସର ଶେଷ କାର୍ଯ୍ୟ ଦିବସକୁ ଛତ୍ରପୁର ଓକିଲ ସଂଘର ସଦସ୍ୟ ମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ସତ୍ୟାଗ୍ରହ କରୁଛନ୍ତି । ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ସମ୍ପାଦକ ଏଲ୍ ଗୋପାଳ ରାଓଙ୍କ ସମେତ ବହୁ ଆଇନଜୀବୀ ବିଭିନ୍ନ ନାରାବାଜି ଦେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଆନ୍ଦୋଳନରେ ପୂର୍ବତନ ଓକିଲ ସଂଘର ସଭାପତି ରାମଚନ୍ଦ୍ର ବେହେରା, ଦେବେନ୍ଦ୍ର ମିଶ୍ର, ସୁରଜିତ ସାମନ୍ତରାୟ, କୈଳାସ ପଲାଇ, ଶ୍ୟାମ ସୁନ୍ଦର ପଟ୍ଟନାୟକ, ଡି. ଆଦି ନାରାୟଣ ରେଡ୍ଡି, ସିମାଞ୍ଚଳ ମହାପାତ୍ର, ବାବୁ ନାହାକ, ସନ୍ତୋଷ କୁମାର ସାହୁ, ବିଶ୍ୱ ଭୂଷଣ ପାଢୀ, ଜିତୁନ ପାଢୀ, ମନୋଜ ବେହେରା, ସନ୍ତୋଷ କୁମାର ପଣ୍ଡା, ଗିଟୁ ପଣ୍ଡା, ନିତ୍ୟାନନ୍ଦ ମୁଦୁଲି, ସୁମିତ ସାହୁଙ୍କ ସମେତ ବହୁ ଆଇନଜିବୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
