

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣର ଆତଙ୍କକୁ ପ୍ରତିହତ କରିବା ପାଇଁ ଦେଶରେ ୪ର୍ଥ ପର୍ଯ୍ୟାୟ ଲକଡାଉନ ଚାଲିଥିବା ବେଳେ ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ଭାଗିରଥି ବେହେରାଙ୍କ ଅଧ୍ୟକ୍ଷତାରେ ଓଭରବ୍ରିଜ ନିକଟସ୍ଥ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ଥିବା ପଟା ରିକ୍ସା ଓ ଯାତ୍ରୀବାହୀ ଅଟୋ ରିକ୍ସା ଚଲାଉ ଥିବା ସମସ୍ତ ଚାଳକମାନଙ୍କୁ ରାସନ ସାମଗ୍ରୀ, ପରିବା, ଡାଲି ଓ ତେଲ ବଣ୍ଟନ କରାଯାଇଛି । ପ୍ରଥମେ ସମସ୍ତ ଚାଳକମାନଙ୍କୁ ନିଜ ହାତକୁ ସାନିଟାଇଜର କରାଯାଇ ମାସ୍କ ପିନ୍ଧିବାକୁ ଦିଆଯାଇଥିଲା । ଏହାପରେ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା । ବାଟଛତ୍ରପୁରର ପୂର୍ବତନ ଜଣାଶୁଣା ସରପଞ୍ଚ ଲାଛନା ରେଡି, ସୁମନ୍, ଳିଆ ବେହେରା, ଏନ ରାମ୍. କଂଗ୍ରେସନେତା ଭାଗିରଥି ବେହେରା ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

