

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର କଂଗ୍ରେସ ଦଳ ପକ୍ଷରୁ ସ୍ଥାନୀୟ ଅପରବସଷ୍ଟାଣ୍ଡରେ ଥିବା ଭାରତ ରତ୍ନ ପ୍ରାପ୍ତ ତଥା ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବଗାନ୍ଧୀଙ୍କ ମୃଣ୍ମୟୀ ମର୍ତ୍ତି ନିକଟରେ ଶ୍ରାଦ୍ଧ ଦିବସ ପାଳିନ କରାଯାଇଛି । ଏହି ଅବସରରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂତ୍ତିର୍ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ଏକ ସ୍ମୃତିଚାର ସଭା ଅନୁଷ୍ଠିତ କରାଯାଇଥିଲା । ଅନୁଷ୍ଠିତ ଏହି ସଭାରେ ଛତ୍ରପୁର ସହରର ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, କଂଗ୍ରେସ ନେତା ଗଣପତି ବାରିକ, ନଗର କଂଗ୍ରେସ ସଭାପତି ଜଲାଲ ଖାନ୍, ଇଜୁ ଆମିନ୍ ଖାନ୍ ଭାଗିରଥି ବେହେରା, ବଳିଆ ବେହେରା, କ୍ରିଷ୍ଣା ରେଡ୍ଡୀ, ଅଭିଷେକ ପଟ୍ଟନାୟକ, ରାଜୁ ରେଡି, ରଂଜନ, ମହେଶ କୁମାର ଗୌଡ଼ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




